Latest Odisha News

BREAKING NEWS

ପ୍ରଥମେ ଆହତ, ପରେ ଚୋରି ଆଉ ଏବେ କରୋନାରେ ସଂକ୍ରମିତ !

ନାଗପୁର: ଏକ ବିିଚିତ୍ର ଘଟଣାରେ ଜଣେ ପରିବା ବିକାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମଦ ନିଶାରେ ଆହତ ହୋଇ ପରିବା ବିକାଳୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ସାମଗ୍ରୀ ଚୋରି କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁଯାୟୀ ସେହି ବ୍ୟକ୍ତି ଜଣକ ନାଗପୁରର ମାୟୋ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ତେବେ ଡିସଚାର୍ଜ ହେବା ପରେ ସେ ହସ୍ପିଟାଲରୁ ଏକ ପିପିଇ କିଟ୍‌କୁ ରେନ୍ କୋଟ୍ ଭାବି ଚୋରି କରିଥିଲେ । ଘରକୁ ଫେରିବା ପରେ ହଜାରେ ଟଙ୍କା ଦେଇ ରେନ୍ କୋଟ୍ କିଣିଥିବା ପ୍ରକାଶ କରିଥିଲେ । ହେଲେ ସ୍ଥାନୀୟ ଲୋକେ ଜାଣିପାରିଥିଲେ ଯେ, ତାହା ରେନ୍ କୋଟ୍ ନୁହେଁ ବରଂ ଏକ ପିପିଇ କିଟ୍ ।

ସ୍ୱାସ୍ଥ୍ୟ ବିଭାଗରେ କିଛି ଲୋକ ସୂଚନା ଦେବା ପରେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ପିପିଇ କିଟ୍ ଜବତ କରାଯାଇ ତାକୁ ଜାଳି ଦିଆଯାଇଥିଲା । ପରେ ସେହି ପିପିଇ କିଟ୍ ଚୋରି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ସ୍ୱାସ୍ଥ୍ୟକର୍ମୀ ସେହି ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ କରିବା ପରେ କରୋନା ପଜଟିଭ ଥିବା ଜଣାପଡିଥିଲା । ତେବେ ସେହି ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବା ଅନ୍ୟ କାହାରିକୁ କରୋନା ସଂକ୍ରମିତ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.