Latest Odisha News

BREAKING NEWS

ସଟ୍‌ଡାଉନ ସମୟରେ ଭୁବନେଶ୍ୱରେ ଖୋଲିବନି ପାର୍କ

ଭୁବନେଶ୍ୱର: ସଟଡାଉନ ବେଳେ ଭୁବନେଶ୍ୱରେ ଖୋଲିବନି ପାର୍କ । ଶନିବାର ଓ ରବିବାର ରାଜଧାନୀର ସବୁ ପାର୍କ ବନ୍ଦ ରହିବ । ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ସବୁ ଦିନରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।

ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି । ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି । ସପ୍ତାହର ଶନିବାର ଓ ରବିବାରକୁ ଛାଡି ଅନ୍ୟ ପାଂଚ ଦିନ ସକାଳ ୫ରୁ ୧୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ପାର୍କ ଖୋଲା ରହିବ । ତେବେ ବରିଷ୍ଠ ନାଗରିକମାନେ ପାର୍କକୁ ସକାଳ ୫ଟାରୁ ୭ଟା ଭିତରେ ପ୍ରବେଶ କରିପାରିବେ ।

ସେହିପରି ନିର୍ଦ୍ଧାରିତ ସମୟ ପରେ ବରିଷ୍ଠ ନାଗରିକମାନଙ୍କୁ ପାର୍କ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ । ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍ ବ୍ୟବହାର କରିପାରିବେନି। ବୋଲି ନିୟମ ଜାରି କରାଯାଇଥିଲା ଜ୍ଝ ଲୋକମାନେ କେବଳ ପାର୍କରେ ବସିବେ ଓ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.