Latest Odisha News

BREAKING NEWS

ଆରମ୍ଭ ହେଲା ମୌସୁମୀ ଅଧିବେଶନ, ୧୭ ଜଣ ସାଂସଦ କରୋନା ପଜିଟିଭ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ପରୀକ୍ଷଣରେ ସଂସଦର ୧୭ଜଣ ସଦସ୍ୟ କରୋନାଭାଇରସ୍ ପାଇଁ ସକରାତ୍ମକ ପରୀକ୍ଷା କରିଛନ୍ତି।

ସଂକ୍ରମିତ ସାଂସଦମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ସଂଖ୍ୟା-୧୨, ୱାଆରଏସ କଂଗ୍ରେସର ଦୁଇଜଣ ସାଂସଦ ତଥା ଶିବସେନା, ଡିଏମକେ ଏବଂ ଆରଏଲପି ର ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପ୍ଟେମ୍ବର ୧୩ ଏବଂ ୧୪ ରେ ସଂସଦ ଗୃହରେ ଲୋକସଭା ସଦସ୍ୟଙ୍କ ପରୀକ୍ଷା କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ। ସଂକ୍ରମିତ ସାଂସଦମାନଙ୍କ ମଧ୍ୟରୁ ବିଜେପିର ସୁକାନ୍ତ ମଜୁମଦାର ଗତକାଲି ନିଜର ସକରାତ୍ମକସ୍ଥିତି ଟ୍ୱିଟ୍ କରିଛନ୍ତି।ଏହା ପରଠାରୁ ବାକି ଫଳାଫଳ ଆସିଲା । ୭୮୫ ସାଂସଦଙ୍କ ମଧ୍ୟରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ୬୫ ବା ତାଠାରୁ ଅଧିକ ବୟସର ଅଟନ୍ତି ।

ଏହାପୂର୍ବରୁ ଅତି କମରେ ୭ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ପ୍ରାୟ ୨୫ ସାଂସଦ ଓ ବିଧାୟକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଜଣେ । ତେଣୁ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସେ ମଧ୍ୟ ନିଜର ଡାକ୍ତରୀ ପରୀକ୍ଷା କରାଇଥିଲେ ।

Leave A Reply

Your email address will not be published.