Latest Odisha News

BREAKING NEWS

ଲକଡାଉନ୍ ବେଳେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣିନାହାନ୍ତି ସରକାର

ନୂଆଦିଲ୍ଲୀ: ଆଜି କରୋନା ମହାମାରୀ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏଥର ବିରୋଧୀଙ୍କ ପକ୍ଷରୁ ଲିଖିତ ଆକାରରେ ପ୍ରଶ୍ନ ପଚରାଯାଉଛି। କରୋନା ସଙ୍କଟ ଓ ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକ ଅନେକ ସମସ୍ୟରେ ସମ୍ମୁଖୀନ ହୋଇଛନ୍ତି । ଏହକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ଲକଡାଉନ ସଂକଟ ବେଳେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବୋଲି ବିରୋଧୀ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ, ଏନେଇ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ।

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ପ୍ରଶ୍ନ ଉଠିଥିଲା। ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଚିହ୍ନଟ କରିବାରେ ସରକାର ଭୁଲ କରିଛନ୍ତି କି? ଲକଡାଉନ ସମୟରେ କେତେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ସେନେଇ ସରକାରଙ୍କ ପାଖରେ ତଥ୍ୟ ଅଛି କି? ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଏହା ବ୍ୟତୀତ ପ୍ରଶ୍ନ କରାଯାଇଥିଲା ଯେ ସରକାର ସମସ୍ତ ରାସନ କାର୍ଡଧାରୀଙ୍କୁ ମାଗଣାରେ ରାସନ ଦେଇଛନ୍ତି କି ନାହିଁ, ଯଦି ହଁ, ତେବେ ଏହା ବିଷୟରେ ସୂଚନା ଦିଅନ୍ତୁ। ଏହା ବ୍ୟତୀତ କରୋନା ସଙ୍କଟ ସମୟରେ ସରକାର ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ସୂଚନା ମଗାଯାଇଥିଲା।

କେନ୍ଦ୍ର ସରକାରଙ୍କ ତରଫରୁ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏକ ଦେଶ ଭାବରେ କେନ୍ଦ୍ର-ରାଜ୍ୟ ସରକାର ଏବଂ ସ୍ଥାନୀୟ ସଂସ୍ଥା କରୋନା ବିରୋଧରେ ଲଢ଼ିଛନ୍ତି। ମୃତ୍ୟୁସଂଖ୍ୟା ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଏହା ସହ କେତେ ଲୋକ ଚାକିରି ହରାଇଛନ୍ତି, ସେ ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ନଥିବା କହିଛନ୍ତି ସନ୍ତୋଷ କୁମାର ଗଙ୍ଗୱାର।

Leave A Reply

Your email address will not be published.