Latest Odisha News

BREAKING NEWS

କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଏହି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟରରେ ଦି ଏଣ୍ଡ କରିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ଆଗକୁ ଆଇପିଏଲ ଖେଳିବେ ପାର୍ଥିବ ପଟେଲ ।

୩୫ବର୍ଷୀୟ ପାର୍ଥିବ ପଟେଲ ଟିମ୍ ଇଣ୍ଡିଆ ପାଇଁ ୨୫ଟି ଟେଷ୍ଟ, ୩୮ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ୨୦୦୨ ମସିହାରେ ସର୍ବକନିଷ୍ଠ ଓ୍ୱିକେଟ କିପର ଭାବରେ ଭାରତୀୟ ଦଳେ ଡେବ୍ୟୁ କରିଥିଲେ ପାର୍ଥିବ ପଟେଲ୍ । ସେତେବେଳେ ତାଙ୍କୁ ହୋଇଥିଲା ୧୭ବର୍ଷ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲେ ।
୨୦୦୪ରେ ଦୀନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଆବିର୍ଭାବ ପରେ ଚୁଡ଼ାନ୍ତ ଏକାଦଶରେ ପାର୍ଥିବ ପଟେଲଙ୍କୁ ଆଉ ସୁଯୋଗ ମିଳି ନଥିଲା । ଶେଷ ଥର ପାଇଁ ୨୦୧୬ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଧୋନିଙ୍କ ଆହତ ଯୋଗୁ ତାଙ୍କୁ ଟିମରେ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ସୁଯୋଗ ମିଳିଥିଲା ।

ପାର୍ଥିବ ପଟେଲଙ୍କ ସଫଳତା

– ୨୦୧୫ରେ ତାଙ୍କ ଅଧିନାୟକତ୍ୱରେ ଗୁଜରାଟ ବିଜ ହଜାରେ ଟ୍ରଫି ଜିତିଥିଲା
– ବର୍ତ୍ତମାନ ସୁଦ୍ଧା ସର୍ବକନିଷ୍ଠ ଟେଷ୍ଟ ଓ୍ୱିକେଟ କିପର୍ 
-ପ୍ରଥମ ଭାରତୀୟ ଭାବରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଲଗାତାର ପାଞ୍ଚଟି ଶତକ ମାରିଥିବା ଏକମାତ୍ର ଖେଳାଳି
– ୨୦୧୫ ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ ପାଇଁ ୩୩୯ ରନ୍ ହାସଲ

 

Leave A Reply

Your email address will not be published.