Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍: ସ୍ୱାଭାବିକ ହେଉଛି ଜୀବନ ଜୀବିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ । କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-‘ଏ’ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ ଲକଡାଉନ୍ ରହିବ ।

୧୭ ଜିଲ୍ଲାରେ ସକାଳ ୬ଟାରୁ ଖୋଲିଛି ସବୁ ଦୋକାନ ବଜାର । ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ । କିନ୍ତୁ କାଟାଗୋରୀ-‘ବି’ରେ ଥିବା ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ୧୭ ଜିଲ୍ଲାରେ ଆଜିଠୁ ଖୋଲିଛି ଉଠା ଦୋକାନୀ । ସେମାନେ ଖାଦ୍ୟ କେବଳ ପାର୍ସଲ ଦେଇପାରିବେ ।

ସେହିପରି ଦୁଗ୍ଧ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟବ୍ୟାପୀ ମିଠା ଦୋକାନ ଖୋଲିଛି । ନିର୍ଦ୍ଦିଷ୍ଟ ସମୟ ଭିତରେ ସେମାନେ କେବଳ ଗ୍ରାହକଙ୍କୁ ପାର୍ସଲ ଦେଇପାରିବେ । ଏହାବ୍ୟତୀତ ସାଇକେଲ୍, ଅଟୋମୋବାଇଲ୍ ବିକ୍ରି ଓ ମରାମତି ଦୋକାନ ଖୋଲିଛି । ଇଲେକ୍ଟ୍ରିକାଲ୍ ସାମଗ୍ରୀ ମରାମତି ଦୋକାନ ସବୁ ଖୋଲିଛି । ଖୋଲିଛି ଗ୍ୟାରେଜ୍ ।

ମର୍ଣ୍ଣିଂ ଓ୍ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ସକାଳ ୬ଟାରୁ ୯ଟା ଯାଏ ଅନୁମତି ମିଳିଛି । କିନ୍ତୁ ମର୍ଣ୍ଣିଂ ଓ୍ୱାକ୍ ପାଇଁ କୌଣସି ପାର୍କ ଖୋଲି ନାହିଁ । ବନ୍ଦ ରହିଛି ବସ୍ ଚଳାଚଳ । କିନ୍ତୁ ମାଲ ପରିବହନରେ କୌଣସି କଟକଣା ନାହିଁ । ଆଂଶିକ ଲକଡାଉନ୍ ବେଳେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ବଳବତ୍ତର ରହିବ ।

ବିବାହ, ବ୍ରତଘର ଓ ଅନ୍ତ୍ୟେଷ୍ଟିରେ ଭୋଜିଭାତ ମନା । ଖୋଲିବନି ସାଲୁନ୍, ସ୍ପା, ବିୟୁଟି ପାର୍ଲର । ମଲ୍, ସିନେମା ହଲ୍, ପାର୍କ, ସିଇମିଂ ପୁଲ୍ ଓ ପାର୍କ ବନ୍ଦ ରହିଛି । କରୋନା ସଂକ୍ରମଣ ଭିତରେ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଆଂଶିକ ଲକଡାଉନ୍ ଜାରି କରିଛନ୍ତି ସରକାର ।

Comments are closed.