Latest Odisha News

BREAKING NEWS

ପାଟକୁରାରେ ନିର୍ବାଚନ ପ୍ରଚାର ଲାଗି ଦଳୀୟ ପ୍ରସ୍ତୁତି ଆରମ୍ଭ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତମାସ ୨୦ ତାରିଖରେ ଭୋଟ ଗ୍ରହଣ ହେବା ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବା ପରେ ଶାସକ ବିଜେଡି, ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଦଳର ପାର୍ଥୀ ମାନଙ୍କ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ପାଟକୁରାରେ ବିଜେଡି କିପରି ଜିତିବ ସେନେଇ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ସୋମବାର ଦିନ ନବୀନ ନିବାସରେ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏହି ଆଲୋଚନାରେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ସୁଶାନ୍ତ ସିଂ ଓ ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଆଲୋଚନାରେ ଗରଡପୁର ଓ ମାର୍ଶାଘାଇ ପଞ୍ଚାୟତର ସମସ୍ୟା ସମ୍ପର୍କରେ କଥା ହେଇଥିବା ସଞ୍ଜୟ ଗଣମାଧ୍ୟମକୁ କହିଛନ୍ତି ।

ଏହି ଦୁଇ ପଞ୍ଚାୟତରେ ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଦଳର ସଦସ୍ୟମାନଙ୍କ ମଧ୍ୟରେ କୌଣସି ମତଭେଦ ନଥିବା ସେ କହିଛନ୍ତି । ଅତନୁ ସବ୍ୟସାଚୀ ନାୟକ ଓ ରଣେଦ୍ର ପ୍ରତାପ ସ୍ୱାଇଁଙ୍କୁ ସୁପ୍ରିମୋ ମାର୍ଶାଘାଇ ଓ ଗରଡ଼ପୁରର ଦାୟିତ୍ଵ ଦେଇଥିବା ସଞ୍ଜୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପାଟକୁରା ପାଇଁ କଂଗ୍ରେସ କେତେ ପ୍ରସ୍ତୁତ ବୋଲି ପ୍ରଶ୍ନରେ ଦଳ ମୁଖ୍ୟ ତାରାପ୍ରସାଦ ବାହିନୀ ପତି କହିଛନ୍ତି ଯେ, କଂଗ୍ରେସ ବି ପଛରେ ପଡ଼ିନାହିଁ । ଏନେଇ କେନ୍ଦ୍ରୀୟ ଦଳ ସହ ଆଲୋଚନା କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ପାଟକୁରା ନିର୍ବାଚନ ପାଇଁ ବରିଷ୍ଠ ନେତା ଦଳ ଦିଲ୍ଲୀରୁ ଆସିବେ ବୋଲି ତାର ପ୍ରସାଦ କହିଛନ୍ତି।

“ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନ ପାଇଁ ବହୁତ ଚିନ୍ତିତ ରହୁଛନ୍ତି । ଯେମିତି ଏହା ତାଙ୍କ ପାଇଁ କିଛି ଗୌରବ ଆଣି ଦବ । ଜିତିବା ଲକ୍ଷ ନେଇ ପ୍ରତ୍ୟେକ ଦିନ ସେ ନିଜ କର୍ମୀ ମାନକଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନ କରୁଛନ୍ତି । ମାତ୍ର କଂଗ୍ରେସ ବି ଡ଼ରିଯାଇ ନାହିଁ । ବିଜେଡି ଓ ବିଜେପି ର ଭିତିରିଆ ବୁଝାମଣାରେ ପାଟକୁରା ବାସୀ କ୍ଷୁବ୍ଧ ହୋଇଗଲେଣି । ତେଣୁ ସେମାନେ ଏଥର କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଚୟନ କରିବେ” ବୋଲି ତାରା ଗଣମାଧ୍ୟମକୁ କହିଛନ୍ତି ।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ଅନୁସାରେ ବିଜେପି କର୍ମୀମାନେ ପାଟକୁରାର ସମସ୍ତ ପଞ୍ଚାୟତ ଓ ବୁଥ ସ୍ତରରେ ନିଜ କାମ ଆରମ୍ଭ କରି ଦେଲେଣି ।

“ପାଟକୁରାର ଲୋକ ବିଜେପିକୁ ଜିତିଇବା ନେଇ ମୁଁ ଖୁବ ଆଶାବାଦୀ । ୟୁନିଅନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ କେନ୍ଦ୍ର ମନ୍ତ୍ରୀ ମନେ ମଧ୍ୟ ପାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବେ” ବୋଲି ପୃଥିରାଜ କହିଛନ୍ତି ।

ତାରାପ୍ରସାଦ ବାହିନୀ ପତିଙ୍କ କଥାର ଉତ୍ତର ରଖି ପୃଥ୍ୱୀରାଜ କହିଛନ୍ତି ଯେ କଂଗ୍ରେସ ନେତା ମାନେ ପ୍ରଥମେ ଜାଣିବା ଦରକାର ତାଙ୍କର ନେତା କିଏ? କିଏ ଦଳରେ ଅଛନ୍ତି ଆଉ କେଉଁ ମନେ ଦଳ ଛାଡିବା ଆରମ୍ଭ କଲେଣି । କଂଗ୍ରେସ ନେତା ମାନେ ଏଭଳି ମନ୍ତବ୍ୟ ଦେବା ଅପେକ୍ଷା ଏହି ନିର୍ବାଚନରେ ନିଜ ଦଳର ସମ୍ମାନ ରକ୍ଷା କଲା ଭଳି କିଛି କାମ କରନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.