Latest Odisha News

BREAKING NEWS

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: “ବିଭାଜନ ବିଭୀଷିକା ସ୍ମୃତି ଦିବସ” ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ ସ୍ୱତନ୍ତ୍ରତା ଆମକୁ ମିଳିଲା ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇତିହାସ ପୃଷ୍ଠାରୁ ବଞ୍ଚିତ କରି ଦିଆଗଲା । ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇ, ମାଧୋ ସିଂହ, ଓଡିଶାର ଜାଲିଆନାଓ୍ୱାଲା ବାଗ ଆମକୋ ସିମକୋ ଗୁଳିକାଣ୍ଡ, ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସ ପୃଷ୍ଠାରେ ସଗୌରବେ ଲିପିବଦ୍ଧ କରିବା ପାଇଁ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି ।

୧୯୪୭ ଅଗଷ୍ଟ ୧୪ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସାର ସ୍ଥିତି କିଭଳି ରୂପ ନେଇଥିଲା, ଆଜି ତାହାକୁ ମନେ ପକାଇବାର ଅବସର । ଆମ ପୂର୍ବଜଙ୍କ ବଳିଦାନ, ତ୍ୟାଗ,ସମର୍ପଣ ଭାବକୁ ଦେଶ ଭୁଲିଗଲେ ସମାଜ ପଥଭ୍ରଷ୍ଟ ହୋଇପାରେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୪ ତାରିଖକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ରୂପେ ପାଳନ କରିବାକୁ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଦେଶକୁ ପୃଥିବୀରେ ଏକ ନମ୍ବର କରିବା ପାଇଁ ପୁରୁଷାର୍ଥ ରଖୁଥିବା ସମାଜ କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ ବରଂ ସ୍ୱପ୍ନକୁ ଅଖଣ୍ଡ ପରିଶ୍ରମ ଓ ସମର୍ପଣ ମାଧ୍ୟମରେ ଚରମ ପୁରୁଷାର୍ଥରେ ପରିଣତ କରିବାକୁ ପଡ଼ିବ ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ରାମହରି ଗୋସ୍ୱାମୀ ଏବଂ ଶ୍ରୀ ଶ୍ୟାମ ସୁନ୍ଦର ବେହେରାଙ୍କୁ ତ୍ରିରଙ୍ଗା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ମାନିତ କରିବା ସହ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପ୍ରଦାନ କରିଥିଲେ ।

Leave A Reply

Your email address will not be published.