Latest Odisha News

BREAKING NEWS

ପୋଲ ଉପରେ ଚଢ଼ିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ପୋଲ ଉପରେ ଚଢ଼ିଗଲା ବସ୍‌ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ୍ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଭୁବନେଶ୍ୱର ରୁ ବାରିପଦା ଯାଉଥିଲା ‘ବାସୁଦେବ’ ନାମକ ଏକ ବସ୍‌ । ବସ୍ ରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । ବସ୍‌ଟି ବିଳମ୍ବିତ ରାତିରେ ପୁଡାଶୂଳ ଚେକଗେଟ ନିକଟରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟେ ଥିବା ଏକ ଛୋଟ ପୋଲ ଉପରକୁ ଚଢ଼ି ଯାଇଥିଲା । ହେଲେ ତଳକୁ ନ ଖସି ବସ୍ ଟି ଝୁଲନ୍ତା ଅବସ୍ଥାରେ ଅଟକି ରହିଥିଲା ।

ଏହା ଦେଖି ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏଭଳି ଅଘଟଣ ହୋଇଥିବା କୁହାଯାଉଛି । ଯାତ୍ରୀମାନେ ଅନ୍ୟ ଗାଡ଼ିରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.