Latest Odisha News

BREAKING NEWS

ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଉତ୍ତର ପଶ୍ଚିମ ବୁକୋବା ସହରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଖରାପ ପାଣିପାଗ କାରଣରୁ ବିମାନଟି ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦକୁ ଖସିପଡିଥିଲା ବୋଲି ପୋଲିସ ସୂଚନା ଦେଇଛି।

ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି।ଏବେ ଦୁର୍ଘଟଣାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆଫ୍ରିକାରେ ସବୁଠୁ ବଡ଼ ହ୍ରଦ ଲେକ୍ ଭିକ୍ଟୋରିଆରେ ବିମାନ ବୁଡ଼ିଯିବାର ଦୃଶ୍ୟ ଦେଖିବାକୁ ମିଳିଛି।ରିପୋର୍ଟ ଅନୁଯାୟୀ ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା  । ଏଥିରେ ୪୯ ଯାତ୍ରୀ ରହିଥିବା ସୂଚନା। ଏନେଇ ୨୩ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରିରହିଛି।

 

Comments are closed.