ଚଣ୍ଡିଗଡ: ଲକଡାଉନ୍ ବେଳେ ପଂଜାବ ପଟିଆଲା ସ୍ଥିତ ସନୋର ରୋଡରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ପରିବା କିଣିବାକୁ ବଜାରକୁ ଯାଇଥିବା କିଛି ଦୁର୍ବୃତ୍ତ ପୋଲିସ ଉପରକୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ପୋଲିସ କର୍ମୀଙ୍କ ହାତ କଟିଯାଇଛି । ଏଥିସହ ଅନ୍ୟ ୨ ଜଣ ଅଧିକାରୀ ଗୁରୁତର ହୋଇଛନ୍ତି ।
ସୂଚନାନୁସାରେ, ୪ରୁ ୫ ଜଣ ବ୍ୟକ୍ତି ଆଜି ସକାଳୁ ଅସ୍ତ୍ରଶସ୍ତ୍ର ଧରି ଗାଡିରେ ବୁଲୁଥିଲେ । ଏହି ସମୟରେ ପରିବା ବଜାରରେ ଥିବା କିଛି ପୋଲିସ କର୍ମୀ ସେମାନଙ୍କୁ ଅଟକାଇଥିଲେ । ଏଥିସହ କର୍ଫୁ ପାସ୍ ଦେଖିବାକୁ କହିଥିଲେ । କିନ୍ତୁ ସେମାନେ ଗାଡିରୁ ଓହ୍ଲାଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଏଏସ୍ଆଇଙ୍କ ହାତ ହାଣି ଦେଇଥିଲେ ।
ଗୁରୁତର ଏଏସ୍ଆଇ ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ସେପଟେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଏକ ଗୁରୁଦ୍ୱାରା ଭିତରେ ଲୁଚି ରହିଛନ୍ତି । ପୋଲିସ ଗୁଳି ଚାଳନା କରି ୭ଜଣ ନିହଙ୍ଗଙ୍କୁ ଗିରଫ କରିଛି । ଏବେବି ଅନେକ ସେଠାରେ ଲୁଚି ରହିଛନ୍ତି । ପଂଜାବ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ।
BREAKING NEWS
- Banakalagi niti:ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
- CM Nitish Kumar Files Nomination: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ ଅମିତ ଶାହଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତି
- ୱାଙ୍ଖେଡରେ ହେବ କି ରନ ବର୍ଷା, ଫାଇନାଲ ଆଶାରେ ଭାରତ
- Trump Extends Holi Greetings: ସେପଟେ ଇରାନରେ ଆମେରିକାର କ୍ଷେପଣାସ୍ତ୍ର ବର୍ଷା, ଏପଟେ ଭାରତକୁ ଟ୍ରମ୍ପଙ୍କ ହୋଲିର ଶୁଭେଚ୍ଛା…
- RajyaSabha Elections: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର;ଏକାଠି ବସିଲେ ନବୀନ ଓ ଭକ୍ତ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ
- ଇସ୍ରାଏଲର ‘କିଲ୍ ଲିଷ୍ଟ’ରେ ରହିଛି ଏମାନଙ୍କ ନାଁ
- Russia Ready To Send Oil: ଭାରତର ସଙ୍କଟମୋଚକ ସାଜିଲା ରୁଷ୍
- Naxal Encounter: ଏନକାଉଣ୍ଟରରେ ପୁରସ୍କାର ବହନ କରୁଥିବା ନକ୍ସଲ ନିହତ; ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର
- ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି: ନୀତିଶଙ୍କ ପ୍ରଥମ ପ୍ରତିକ୍ରିୟା
Comments are closed.