Latest Odisha News

BREAKING NEWS

ରାସ୍ତାରେ ଫାଟିଗଲା ଆମ୍ବୁଲାନ୍ସ ଟାୟାର, ଚିକିତ୍ସା ନପାଇ ପ୍ରାଣ ହରାଇଲା ରୋଗୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଭବାନୀପାଟଣା ଯାଉଥିବା ୧୦୮ ଆମ୍ବୁଲାନ୍ସର ଟାୟାର ଜୁନାଗଡ଼ ନିକଟସ୍ଥ ହାତୀ ନଦୀ ପୋଲ ଉପରେ ଫାଟି ହୋଇଯିବାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଖାଲି ସେତିକି ନୁହେଁ, ଟାୟାରଟି ଫାଟିବା ପୂର୍ବରୁ ଗାଡିରେ ଥିବା ଅନ୍ୟ ଏକ ଟାୟାର ଲିକ ଥିବା ଦେଖିବାକୁ ମିଳିଛି।

ତେଣୁ ଅନ୍ୟ ଏକ ଆମ୍ବୁଲାନ୍ସ ପାଇଁ ଡ୍ରାଇଭର ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା। ରୋଗୀଙ୍କୁ ଡାକ୍ତରଖାନା ନେବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ହେଲେ ଧର୍ମଗଡ଼ର ସୁରେଶ ଚନ୍ଦ୍ର ପ୍ରଧାନ(୫୫)। ସେ କିଡନୀ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭବାନୀପାଟଣା ନିଆଯାଇ ଚିକିତ୍ସା କରାଯାଉଥିଲା।

ଏହି ଘଟଣା ରାଜ୍ୟରେ ୧୦୮ ଆମ୍ବୁଲାନ୍ସର ଅବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ୍ବୁଲାନ୍ସରେ ଆବଶ୍ୟକ ଅଧିକ ଟାୟାର ରହିବା କଥା, କିନ୍ତୁ ଏ କ୍ଷେତ୍ରରେ ଯଦିଓ ଟାୟାର ରହିଛି କିନ୍ତୁ ତାହା ମଧ୍ୟ ଲିକ୍ ରହିଛି। ଅର୍ଥାତ ବ୍ୟବହାର ଉପଯୋଗା ନୁହେଁ। ଯାହା ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ରୋଗୀ ସେବା ପ୍ରତି କେତେ ସଚେତନ ଦର୍ଶାଇଛି।

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭବାନୀପାଟଣା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ତଦନ୍ତ କରିବେ।

ରୋଗୀ ମୃତ୍ୟୁ ଘଟଣା ପୁଣି ଥରେ ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଆବଶ୍ୟକତାକୁ ସୂଚାଇ ଦେଇଛି। ଗ୍ରାମାଞ୍ଚଳରେ ରୋଗୀମାନେ କିଭଳି ଠିକ୍ ସମୟରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସେ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ।

Leave A Reply

Your email address will not be published.