Latest Odisha News

BREAKING NEWS

ପିଏସଜି ପକ୍ଷରୁ ଶନିବାର ମେସି ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ତାଙ୍କ ପ୍ରିୟ କ୍ଲବ ପିଏସଜି ଛାଡିବାକୁ ଯାଉଛନ୍ତି । ଗତ ମାସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ପିଏସଜିର ମୂଖ୍ୟ କୋଚ ଗୁରୁବାର କ୍ରିଷ୍ଟଫେ ଗାଲ୍ଟିୟର କହିଛନ୍ତି ମେସି କ୍ଲେରମୋଂଟ ଫୁଟ ବିପକ୍ଷରେ ଶେଷ ମ୍ୟାଚ ଖେଳିବେ । ଫୁଟବଲ ଇତିହାସର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ପ୍ରଶିକ୍ଷଣ ଦେଇଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଖୁସି ଓ ଗର୍ବିତ ବୋଲି ଗାଲ୍ଟିୟର କହିଛନ୍ତି । ଚଳିତ ବର୍ଷ ସବୁଥର ପରି ସେ ଦଳର ମୂଖ୍ୟ ଖେଳାଳି ଥିଲେ । ଏହି ସିଜନରେ ମେସି ୨୧ ଗୋଲ ସ୍କୋର କରିଥିବା ବେଳେ ୨୦ରେ ସହଯୋଗ କରିଥିଲେ ।

ବାର୍କା ଟିମର ଆର୍ଥୀକ ଅସୁବିଧା ଯୋଗୁ ୨୦୨୧ରେ ମେସି ଫ୍ରେଂଚ ଚାମ୍ପିୟନଶିପର ଏହି ଟିମ ସହିତ ଜଡିତ ହୋଇଥିଲେ । କାଇଲିନ ମାବାବେ ଓ ନେମାରଙ୍କ ସହ ସେ ପିଏସଜିକୁ ୨ଟି ସିଜନରେ ଟାଇଟଲ ହାସଲ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ଓଭରାଲ ୭୪ ଗେମରୁ ୩୨ ଗୋଲ ଦେଇଥିବା ବେଳେ ୩୫ଟିରେ ସହଯୋଗ କରିଥିଲେ । ୨୦୨୩ ବିଶ୍ୱକପରେ ଆର୍ଜେଂଟିନା ଚାମ୍ପିୟନ ହେବା ପରଠାରୁ ମେସି ପିଏସଜି ଛାଡିବା ନେଇ ଆଲୋଚନା ଜୋର ଧରିଥିଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ମେସି ସାଉଦି ଆରବର ଅଲ ହିଲାଲ କ୍ଲବ ପକ୍ଷରୁ ରେକର୍ଡ ଅର୍ଥରେ ଚୁକ୍ତିବଦ୍ଧ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.