Latest Odisha News

BREAKING NEWS

ପ୍ରତାପ ସାମଲଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜରଙ୍କ ୧୧.୩୫ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରତାପ ଓ ତାଙ୍କ ପରିବାରର ଆୟ ବହିର୍ଭୂତ ସମ୍ପତ୍ତି ଆଟାଚ୍ ହୋଇଛି ।

୨୦୨୧  ନଭେମ୍ବର ୧୦ ତାରିଖରେ ପ୍ରତାପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଗିରଫ ପରେ ପ୍ରତାପଙ୍କ ୧୪.୮୭ କୋଟି ସମ୍ପତ୍ତି ଠାବ ହୋଇଥିଲା । ଯାହାକି ତାଙ୍କ ଆୟର ୧,୦୨୧ ପ୍ରତିଶତ । ଯାହାକି ଭିଜିଲାନ୍ସ ରେଡ୍ ଇତିହାସରେ ସବୁଠୁ ଅଧିକ ।

ଅଭିଯୋଗ ଅନୁସାରେ, ପ୍ରତାପଙ୍କ ନାଁରେ ୨୫ଟି ପ୍ଲଟ୍ ଏବଂ ଭୁବନେଶ୍ୱରରେ ଏକ ୫ ମହଲା କୋଠା ସହ ୩ଟି ବିଲ୍ଡିଂ ରହିଛି । ୧.୬୧ କୋଟିର ବ୍ୟାଙ୍କ ଜମା ଓ ବାର୍ଷିକ ୫୭.୭୨ ଲକ୍ଷ ଟଙ୍କା ବୀମା ବାବଦରେ ପ୍ରିମୟମ୍ ଦେଉଥିଲେ ପ୍ରତାପ ।

ଭିଜିଲାନ୍ସ ରେଡ୍ ବେଳେ ପ୍ରତାପ କୁଆଡ଼େ ୨୦ ଲକ୍ଷ ଟଙ୍କା ନଗଦ ଥିବା ବ୍ୟାଗକୁ ପଡ଼ୋଶୀଙ୍କ ଘରକୁ ଫିଙ୍ଗି ଦେଇଥିବା କୁହାଯାଏ । ପ୍ରତାପ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ସେହିବର୍ଷ ନଭେମ୍ବର ୧୮ରେ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

Leave A Reply

Your email address will not be published.