Latest Odisha News

BREAKING NEWS

ରାଉରକେଲାରୁ ଉଦ୍ଧାର ହେଲେ ବିହାରର ୧୧ ଶିଶୁ

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଜିଆରପି ଓ ଚାଇଲ୍ଡ ଲାଇନ୍ ଅଧିକାରୀ ଗୁରୁବାର ସକାଳେ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରୁ ପାଖାପାଖି ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି ।

ସେମାନଙ୍କ ମଧ୍ୟରେ ୯ଜଣ ଝିଅ ଥିବା ବେଳେ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଘଟଣାରେ ପୋଲିସ ପଚରାଉଚରା ଲାଗି ୨ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି।

ତେବେ ଏନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.