Latest Odisha News

BREAKING NEWS

ପାଟଣାଗଡ଼ ପାର୍ସଲ ବୋମା ଘଟଣା; ପୁଞ୍ଜିଲାଲଙ୍କ ହେବ ପୁନଃ ସାକ୍ଷ୍ୟଗ୍ରହଣ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ହେବ ପୁନଃ ସାକ୍ଷ୍ୟଗ୍ରହଣ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।

Comments are closed.