ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଅପହରଣ ଅଭିଯୋଗ ପରେ ଶୁକ୍ରବାର ଦିନ ପୋଲିସ ନୂଆପଡ଼ା ଜିଲ୍ଲା ଖରିଆରରୁ ତାଙ୍କୁ ଉଦ୍ଧାର କରିଛି ।
ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଉଥିବାର ଭିଡ଼ିଓ କ୍ଲିପ୍ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଅଧିକ ପଢନ୍ତୁ: ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବିଧାୟକ, ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ଥାନାରେ ପତ୍ନୀ କଲେ ଅଭିଯୋଗ
ପରବର୍ତ୍ତୀ ସମୟରେ ନିମ୍ନମାନର ରାସ୍ତା କାମ ଯୋଗୁଁ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିବା ନେଇ ସେ ପ୍ରକାଶ କରିଥିଲେ।
ଉଲ୍ଲେଖଯୋଗ୍ୟ, ଏହି ଘଟଣା ପରେ ଜୟକାନ୍ତଙ୍କ ଅପହରଣ ହୋଇଥିବା ନେଇ ତାଙ୍କ ପତ୍ନୀ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଆହୁରି ମଧ୍ୟ ତାଙ୍କ ସ୍ୱାମୀଙ୍କୁ ବିଧାୟକ ବୁଧବାର ଦିନ ନିଜ ବାସଭବନକୁ ଡ଼କାଇଥିଲେ, ମାତ୍ର ଏପର୍ୟ୍ୟନ୍ତ ସେ ଘରକୁ ଫେରିନାହାନ୍ତି । ସେ ଉଲ୍ଲେଖ କରି କହିଛନ୍ତି ଯେ, ବିଧାୟକ ଜାତିକୁ ନେଇ ତାଙ୍କ ସ୍ୱାମୀଙ୍କୁ ଅଶାଳୀନ ଟିପ୍ପଣୀ ଦେଇଥିଲେ ବୋଲି ଜୟକାନ୍ତଙ୍କ ପତ୍ନୀ ଗଣମାଧ୍ୟମରେ କହିଥିଲେ।
Comments are closed.