Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବିଧାୟକ, ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ଥାନାରେ ପତ୍ନୀ କଲେ ଅଭିଯୋଗ

ବଲାଙ୍ଗୀର: ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଉଥିବାର ଭିଡ଼ିଓ କ୍ଲିପ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା । ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ପାଟଣାଗଡ଼ ଥାନାରେ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ଆଣିଛନ୍ତି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ । ଏବେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ଏବେ ପାଲଟିଛି ।

ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରି ସେ ଗଣମାଧ୍ୟମରେ କହିଛନ୍ତି, ବୁଧବାର ଦିନ ତାଙ୍କ ସ୍ୱାମୀଙ୍କୁ ବିଧାୟକ ବୁଧବାର ଦିନ ନିଜ ବାସଭବନକୁ ଡ଼କାଇଥିଲେ, ମାତ୍ର ଏପର୍ଯ୍ୟନ୍ତ ସେ ଘରକୁ ଫେରିନାହାନ୍ତି । ସେ ଉଲ୍ଲେଖ କରି କହିଛନ୍ତି ଯେ, ବିଧାୟକ ଜାତିକୁ ନେଇ ତାଙ୍କ ସ୍ୱାମୀଙ୍କୁ ଅଶାଳୀନ ଟିପ୍ପଣୀ ଦେଇଥିଲେ ।

ଏହି ଘଟଣାକୁ ନେଇ ଗଣମାଧ୍ୟମରେ ବିଧାୟକ ଜଣକ ଦୁଃଖ ପ୍ରକାଶ କରିବା ପରେ ଯନ୍ତ୍ରୀଙ୍କ ପତ୍ନୀ ଏହି ଅଭିଯୋଗ ଆଣିଥିବାର ସୂଚନା ମିଳିଛି । “ନିମ୍ନମାନର ରାସ୍ତା କାମ ହୋଇଥିବାର ଅଭିଯୋଗ କରିଥିଲେ ଜନସାଧାରଣ, ଏବଂ ତାହାକୁ ଦେଖିବାକୁ ମୋତେ ସେମାନେ କହିଥିଲେ । ସେମାନେ ଏହି ନିମ୍ନମାନର ରାସ୍ତାକାର୍ଯ୍ୟ ହୋଇଥିବାର ଦେଖାଇ ସଂପୃକ୍ତ କନିଷ୍ଠ ଇଞ୍ଜିନିୟରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ସେଠାରେ କ୍ରମଶଃ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଥିବା ଲକ୍ଷ୍ୟକରି ମୁଁ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ ହେବାକୁ କହିଥିଲି, ଯାହାକି ମୁଁ କହିବାର ଉଚିତ୍ ନଥିଲା, ” ବୋଲି କହିଛନ୍ତି ବିଧାୟକ ।

ବିଧାୟକଙ୍କ ଏତାଦୃଶ ଆଚରଣ ଲାଗି ଉଭୟ କଂଗ୍ରେସ ଓ ବିଜେପି ଦୃଢ ଭାବେ ନିନ୍ଦା କରିଛନ୍ତି ।

“ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ । ଏପରିସ୍ଥଳେ କୌଣସି ବିଧାୟକ ଆଇନକୁ ନିଜ ହାତକୁ ନେଇପାରିବେ ନାହିଁ,” ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ଏହି ଘଟଣା ସମ୍ପର୍କରେ ପୂର୍ବତନ ପାଟଣାଗଡ଼ ବିଧାୟକ ତଥା ବରିଷ୍ଠ ବିଜେପି ନେତା କେ ଭି ସିଂହଦେଓ କହିଛନ୍ତି, ଏନେଇ ମୋର ଅଧିକ କିଛି କହିବାର ନାହିଁ, ବରଂ ଶାସକ ଦଳ ଏପରି ବ୍ୟବହାର ପ୍ରଦର୍ଶନ କରିଥିବା ବିଧାୟକଙ୍କୁ କିପରି ଟିକଟ ପ୍ରଦାନ କରିଥିଲା ସେ ନେଇ ଦଳ ଉତ୍ତର ଦେବା ଆବଶ୍ୟକ ।

ଏବେ ଏହି ଘଟଣାର ଭିଡ଼ିଓ କ୍ଲିପ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ଏହି ଭିଡ଼ିଓରେ ବିଧାୟକଙ୍କ ଅଦେଶରେ କନିଷ୍ଠ ଯନ୍ତ୍ରୀ ଜଣକ ଉଠବସ ହେଉଥିବାର ଦୃଶ୍ୟ ରହିଛି ।

Leave A Reply

Your email address will not be published.