Latest Odisha News

BREAKING NEWS

ଲଞ୍ଚ ହେଲା ଭାରତର ପ୍ରଥମ ସୋଲାର ସାଉଣ୍ଡବକ୍ସ

ନୂଆଦିଲ୍ଲୀ: ପେଟିଏମ ଭାରତର ପ୍ରଥମ ସୋଲାର ସାଉଣ୍ଡବକ୍ସ ଲଞ୍ଚ କରିଛି । ଏହାଦ୍ବାରା ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହା ସ୍ବଳ୍ପ ସୂର୍ଯ୍ୟକିରଣରେ ଫୁଲ୍‌ ଚାର୍ଜ ହେଉଥିବାବେଳେ ପୂରା ଦିନ ଚାଲିଥାଏ । କମ୍ପାନୀ କହିଛି ଯେ, ଏହି ଡିଭାଇସକୁ ଶୀଘ୍ର ଚାର୍ଜ କରିବା ପାଇଁ ସର୍ବନିମ୍ନ ସୂର୍ଯ୍ୟ କିରଣ ଆବଶ୍ୟକ କରେ, ଭାରତର ଛୋଟ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ନିରବଚ୍ଛିନ୍ନ ଦେୟ ଏବଂ ନିର୍ଭରଯୋଗ୍ୟ ସେବା ଯୋଗାଇଥାଏ । ଏହି ସାଉଣ୍ଡବକ୍ସ ପରିବେଶ ଅନୁକୂଳ ହେବ ।

 

ଏଥିରେ ଦୁଇଟି ବ୍ୟାଟେରୀ ଅଛି । ଗୋଟିଏ ଯାହା ସୌର ଶକ୍ତି ଦ୍ୱାରା ଚାର୍ଜ କରାଯାଏ ଏବଂ ଅନ୍ୟଟି ବିଦ୍ୟୁତ୍ ଦ୍ୱାରା ଚାର୍ଜ ହୋଇଥାଏ । ମେଡ୍ ଇନ୍ ଇଣ୍ଡିଆ ପେଟିଏମ୍ ସୋଲାର ସାଉଣ୍ଡବକ୍ସ ହେଉଛି ଏକ ପରିବେଶ ଅନୁକୂଳ ସମାଧାନ ଯାହା ସ୍ୱଳ୍ପ ମୂଲ୍ୟର ବିକଳ୍ପ ଶକ୍ତି ଉତ୍ସ ବ୍ୟବହାର କରେ ।

ସୋଲାର ବ୍ୟାଟେରୀ ଦୁଇ-ତିନି ଘଣ୍ଟା ସୂର୍ଯ୍ୟ କିରଣରେ ରହିଲେ ପୂରା ଦିନ କାମ କରେ । ସେପଟେ ବିଦ୍ୟୁତରେ ଚାର୍ଜ ହେଉଥିବା ବ୍ୟାଟେରୀ ଥରେ ଚାର୍ଜ ହେଲେ ଦଶ ଦିନ ପର୍ଯ୍ୟନ୍ତ ଚାଲିପାରେ । ଏହାଦ୍ବାରା ବ୍ୟାଟେରୀକୁ ବାରମ୍ବାର ଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ଡିଭାଇସ ବ୍ୟବହାର କରି ବ୍ୟବସାୟୀମାନେ ସେମାନଙ୍କ ଦୋକାନରେ ପେଟିଏମ୍ ଦ୍ବାରା ପ୍ରଦାନ କରାଯାଇଥିବା କ୍ୟୁଆର କୋଡ୍ ମାଧ୍ୟମରେ ଦ୍ବାରା ଟଙ୍କା ଗ୍ରହଣ କରିପାରିବେ । ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ସହ ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିବା ବ୍ୟବସାୟୀମାନେ ଏଥିରୁ ବିଶେଷ ଭାବରେ ଉପକୃତ ହେବେ ।

 

Comments are closed.