Latest Odisha News

BREAKING NEWS

ପିସିସି ସଭାପତିଙ୍କ ଇସ୍ତଫା ଦାବି; ପ୍ରତିକ୍ରିୟା ଦେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦ ଛାଡିବା ପାଇଁ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି ।

ସେ ଇସ୍ତଫା ଦେଇଛନ୍ତି କି ନାହିଁ ଜାଣିନି, ଦେଇଥିଲେ ଭଲ କଥା’ ବୋଲି ପଞ୍ଚାନନ କହିଛନ୍ତି । ସେହିପରି ପଞ୍ଚାନନଙ୍କ କଥାରେ ସହମତ ଦେଇଛନ୍ତି ବରିଷ୍ଠ ନେତା ଜୟଦେବ ଜେନା । ସେ କହିଛନ୍ତି, ମୁଁ ପିସିସି ସଭାପତି ଥିବା ବେଳେ ଇସ୍ତଫା ଦେଇଥିଲି । ଦଳ ହାରିଯିବାରୁ ଇସ୍ତଫା ଦେଇଥିଲି ବୋଲି ସେ କହିଛନ୍ତି ।

ତେବେ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି, ସାଧାରଣ ନିର୍ବାଚନରେ ଗତଥର ଅପେକ୍ଷା ଭଲ ପ୍ରଦର୍ଶନ କରିଛି ଦଳ । ୨୫ ବର୍ଷରେ ଏତେ ସଂଖ୍ୟକ ବିଧାୟକ ଜିତିନାହୁଁ ଯେତିକି ଚଳିତ ନିର୍ବାଚନରେ ଜିତିଛୁ । କାରଣ ପୂର୍ବରୁ ଆମର ୬ ଜଣ ବିଧାୟକ ଥିଲେ, ହେଲେ ଏଥର ୧୫ ଜଣ ବିଧାୟକ ଅଛନ୍ତି ।

ସେ ଆହୁରି କହିଛନ୍ତି ‘ବିଜେଡି ଗୋଟିଏ ବି ଏମପି ସିଟ୍ ରଖିପାରିଲାନି, ଆମେ ଜିତିଲୁ । ବିଭିନ୍ନ ସ୍ଥାନରେ ଭୋଟ୍ ପ୍ରତିଶତ ବଢ଼ିଛି, କଂଗ୍ରେସ ଭଲ ପ୍ରଦର୍ଶନ କରୁଛି । କିନ୍ତୁ ଆମେ ସରକାର କରିପାରିଲୁନି, ଏଥିପାଇଁ ମୁଁ ଦାୟିତ୍ୱ ନେଉଛି ଯାହା କହିବା କଥା ହାଇକମାଣ୍ଡକୁ ଜଣାଇ ଦେଇଛି ବୋଲି କହିଲେ ଶରତ ପଟ୍ଟନାୟକ ।

Leave A Reply

Your email address will not be published.