Latest Odisha News

BREAKING NEWS

କାର ଉପରେ ଆକ୍ରମଣ ଘଟଣା: ବିଜେପିକୁ ଟାର୍ଗେଟ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟ୍ୱିଟ୍ । କାର୍ ଉପରେ ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ବିଜେପିକୁ ସେ ଟାର୍ଗେଟ କରିଛନ୍ତି । ନିରଞ୍ଜନ ଲେଖିଛନ୍ତି, ‘ଆକ୍ରମଣକାରୀ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଜାଣି ମୁଁ ଆଶ୍ଚର୍ଯ୍ୟ’ । ସମ୍ପୂର୍ଣ୍ଣରୂପେ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ କରିଛନ୍ତି ।

ବିଜେପିର ପଲିସି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଆକ୍ରମଣ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେପି ପ୍ରଭାରୀ ପୁରୁନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି । କାହିଁକି ଆପଣଙ୍କ ଦଳ ଏଭଳି ଭୀରୁ ଭଳି ବ୍ୟବହାର କରୁଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.