Latest Odisha News

BREAKING NEWS

ପ୍ଲଟିଂ କରି ଜାଗା ବିକିଲା ପ୍ରଶାସନ, ଭୁଲିଗଲା ୨୨ ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି

ପାରାଦୀପ: ପାରାଦୀପଗଡ଼ ପଞ୍ଚାୟତ ନିମିଢିର ପାରାଦୀପ ଡେଭଲପମେଣ୍ଟ ଅଥରିଟି ଦ୍ଵାରା ଆବଣ୍ଟିତ ପ୍ଲଟିଂ କଲୋନୀ । ଆଜକୁ ୨୨ ବର୍ଷ ତଳେ ୨୦୦୦ ମସିହାରେ ପାରାଦୀପ ଡେଭଲପମେଣ୍ଟ ଅଥରିଟି ନିମିଢିରେ ଏହି ସ୍ଥାନକୁ ପ୍ଲଟିଂ କରି ବିକିଥିଲା । ଆଉ କଲୋନୀରେ ଡ୍ରେନେଜ ବ୍ୟବସ୍ଥା ସହ ପାଣି, ବିଦ୍ୟୁତ୍, ପାର୍କ ଓ ମନ୍ଦିର ନିର୍ମାଣ ଲାଗି ପ୍ରଶାସନ ଦେଇଥିଲା ପ୍ରତିଶ୍ରୁତି । କିନ୍ତୁ ପ୍ଲଟ ବିକ୍ରି କରି ଦେଇ ପିଡିଏ ସବୁକିଛି ଭୁଲି ଯାଇଥିବା ବେଳେ ଲୋକେ ୨୨ ବର୍ଷ ପରେ ବି ହନ୍ତସନ୍ତ ହେଉଛନ୍ତି ।

ପିଡଏ କଲୋନୀକୁ ସବୁ ଦିନିଆ ଭଲ ରାସ୍ତା ଖଣ୍ଡେ ନାହିଁ । ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମୁଥିବା ବେଳେ ଲୋ ଭୋଲଟେଜ୍ ସମସ୍ୟା ଲାଗି ରହିଛି । ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇ ନଥିବା ବେଳେ ଜଳ ନିଷ୍କାସନ ସୁବିଧା ବି ନାହିଁ । ଏନେଇ କଲୋନୀ ବାସିନ୍ଦା ବାରମ୍ବାର ଅଭିଯୋଗ କରିବା ସହ ପିଡିଏ କର୍ତ୍ତୃପକ୍ଷ, କୁଜଙ୍ଗ ବିଡିଓଙ୍କ ସହ ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ସରପଞ୍ଚ ସବୁ ଅସୁବଧା କଥାକୁ ସ୍ୱୀକାର କରିଥିବା ବେଳେ ପଞ୍ଚାୟତ ଫଣ୍ଡରେ ଉନ୍ନତି ହୋଇ ପାରିବ ନାହିଁ ବୋଲି କହିଛନ୍ତି । ସେପେଟେ ପିଡିଏ ଠାରୁ ଚିଠି ପାଇଥିବା ବିଡିଓ କହିଥିବା ବେଳେ କେବେ ମୌଳିକ ସୁବିଧା ପାଇଭେ ଲୋକେ ସେ ନେଇ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ।

ପ୍ଲଟ ବିକ୍ରି କରି ପିଡିଏ କାମ ସାରି ଦେଇଥିବା ବେଳେ ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛି । ତେବେ କଲୋନୀ ବାସୀଙ୍କ ସମସ୍ୟା କିଏ କରିବ ଦୂର ? ପିଡିଏ ନା ବ୍ଲକ ପ୍ରଶାସନ ? ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.