ଢେଙ୍କାନାଳ: ସାରା ବିଶ୍ୱରେ ଆଜିକାଲି କେଉଁଠି ନା କେଉଁଠି ଲାଗି ରହୁଛି ଅଶାନ୍ତି । ଭାରତ ମାଟିରୁ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରସାରିତ ହୋଇଥିବା ବେଳେ ଆଜି ଆମ ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇଛି । ଶାନ୍ତି ବିନା ବିକାଶ ହୋଇପାରିବ ନାହିଁ । ତେଣୁ ଶାନ୍ତି ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଆଇଆଇଏମ୍ସିର ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସଂଜୟ ଦ୍ୱିବେଦୀ ।
ଆଇଆଇଏମ୍ସି ଢେଙ୍କାନାଳରେ ଗଣତନ୍ତ୍ର ଦିବସ ଅବସରରେ ଶାନ୍ତି ସାମ୍ବାଦିକତା ମନୋଗ୍ରାଫ୍ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଦେଶ ଦେଶ ମଧ୍ୟରେ ସଂଘର୍ଷ ଲାଗି ରହୁଛି । ବିଶ୍ୱରେ ଆତଙ୍କବାଦ ଏକ ବଡ ସମସ୍ୟା । ତେଣୁ ଶାନ୍ତି ପ୍ରତିଷ୍ଠା ଦିଗରେ ଗଣମାଧ୍ୟମ ଏକ ବଡ ଭୂମିକା ତୁଳାଇବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ଦ୍ୱିବେଦୀ ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଡିଭିଆର୍ ମୂର୍ତ୍ତି କହିଛନ୍ତି, ଆଜିକାଲି ଗଣମାଧ୍ୟମରେ ବହୁତ କମ୍ ଶାନ୍ତି ସାମ୍ବାଦିକତା ଦେଖା ଦେଉଛି । ଶାନ୍ତି ସାମ୍ବାଦିକତାର ପ୍ରମୁଖ ଉପାଦାନ ସତ୍ୟତା ହୋଇଥିବାରୁ ସତ୍ୟ, ତଥ୍ୟ, ଖବରର ଟିକିନିଖି ଗବେଷଣା, ବିଶ୍ଲେଷଣ ଓ ଉପସ୍ଥାପନା ପ୍ରତି ସଚେତନ ରହିବାକୁ ସେ ଯୁବ ସାମ୍ବାଦିକଙ୍କୁ ଆହ୍ୱାନ ଦେଇଥିଲେ ।
ଗୁଗୁଲ ମିଟ୍୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ, ଏବେ ଶାନ୍ତି ସାମ୍ବାଦିକତାର ବେଶ୍ ଆବଶ୍ୟକତା ଅଛି । ଆଇଆଇଏମ୍ସି ଢେଙ୍କାନାଳର ଏହି ମନୋଗ୍ରାଫଟି ସାମ୍ବାଦିକତାର ଛାତ୍ରଛାତ୍ରୀ ଓ ସାମ୍ବାଦିକଙ୍କୁ ନୂଆ ଦିଗ ଦେଖାଇ ପାରିବ ।
କାର୍ଯ୍ୟକ୍ରମକୁ ଆଇଆଇଏମ୍ସି ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତିପ୍ରକାଶ ମହାପାତ୍ର ।
ଶାନ୍ତି ସାମ୍ବାଦିକତା ମନୋଗ୍ରାଫରେ ୧୫ଟି ସନ୍ଦର୍ଭ ଓ ନିବନ୍ଧ ଅଛି । ଦେଶର ଖ୍ୟାତାନାମା ଶିକ୍ଷାବିତ ଓ ସାମ୍ବାଦିକମାନେ ଏହା ଲେଖିଛନ୍ତି ।
BREAKING NEWS
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
Comments are closed.