Latest Odisha News

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ ଲୁଟିନେଇଥିବା ସ୍ପଷ୍ଟ ଦେଖାଯାଇପାରେ ।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କର୍ନାଟକର ବେଙ୍ଗାଳୁରୁର ବୋଲି ଜଣାପଡିଛି । ଏହାକୁ ଟ୍ରକ ଭିତରେ ବସିଥିବା ଜଣେ ଡ୍ରାଇଭର ମୋବାଇଲରେ କଏଦ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ଖୋଦ ଇନ୍ସପେକ୍ଟର ଜେନେରାଲ ପୋଲିସ ଡି. ରୂପା ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାଟି ମଙ୍ଗଳବାର ସକାଳୁସକାଳୁ ଚିକ୍‌ପେଟ୍ ମେଟ୍ରୋ ନିକଟରେ ଘଟିଥିଲା । ଲୁଟ୍‌ର ଶିକାର ହୋଇିବା ବ୍ୟକ୍ତି ଜଣକ ଏତଲା ଦେଇନଥିବାରୁ ଲୁଟେରାଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ଭିଡିଓରେ ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ହାତରେ ଛୁରୀ ଧରିଥିଲାବେଳେ ଅନ୍ୟଜଣେ ଲୁଟ୍ କରିବା ପରେ ଦୁହେଁ ଚମ୍ପଟ୍ ମାରିଥିଲେ ।

Comments are closed.