ଓଡ଼ିଶା ସମ୍ବାଦ ବ୍ୟୁରୋ: ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ଵାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି –
ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ । ସକାରାତ୍ମକ ଶକ୍ତି ଓ ସୁଖନିଦ୍ରା ପାଇଁ ଶୟନକକ୍ଷରେ ଲାଫିଙ୍ଗ୍ ବୁଦ୍ଧଙ୍କ ଏକ ମୂର୍ତ୍ତି ରଖନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ।
ଶୟନ କକ୍ଷର ରଙ୍ଗ ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ଶୟନ କକ୍ଷର କାନ୍ଥର ରଙ୍ଗ ହାଲୁକା ରହିବା ସହ ବେଡ଼ସିଟର ରଙ୍ଗ ଗାଢ଼ ହେବା ଉଚିତ | ଲାଲ୍ ଓ ଗୋଲାପି ରଙ୍ଗର ବେଡସିଟ୍ ସୁନିଦ୍ରା ପାଇଁ ଭଲ ହୋଇଥାଏ । ଅତ୍ୟଧିକ ଉଜ୍ଜ୍ୱଳ ଆଲୋକରେ ଶୋଇବା ଦ୍ଵାରା ନିଦରେ ବାଧା ଆସିଥାଏ। ତେଣୁ ଶୟନ କନ୍ଧରେ ଜିରୋ ପାୱାର ଲାଇଟର ପ୍ରୟୋଗ କରନ୍ତୁ।
Comments are closed.