Latest Odisha News

ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା : ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ

ପୁରୀ :  ଏବେ ପର୍ଯ୍ୟଟକଙ୍କ ପାଇଁ କାଳ ସାଜିଛି ସମୁଦ୍ର । ପ୍ରଶାସନର ବେଫିକର ମନୋଭାବ ଯୋଗୁଁ ଗୋଟିଏ ପରେ ଗୋଟିଏ ଜୀବନକୁ ଗିଳି ଦେଉଛି ସମୁଦ୍ର। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। କିନ୍ତୁ ସମୁଦ୍ର ଗାଧୁଆ ଏବେ ଅସୁରକ୍ଷିତ ହୋଇପଡିଥିବାରୁ ପର୍ଯ୍ୟଟକ ମାନେ ଗାଧେଇବା ବେଳେ ଆହତ ହେବା ସହ  ସେମାନଙ୍କ ପ୍ରାଣହାନୀ ଘଟୁଛି। ଏଥିପାଇଁ ପର୍ଯ୍ୟଟକ ମାନେ ପ୍ରଶାସନକୁ ଦାୟୀ କରିଛନ୍ତି ।   ଆବଶ୍ୟକତା ଅନୁଯାୟୀ ଲାଇଫଗାର୍ଡଙ୍କ ସଂଖ୍ୟା ବଢାଇବା ଓ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବେଳାଭୂମିର ପ୍ରତିଟି ସ୍ଥାନରେ ସୂଚନା ଫଳକ ଯଦି ଲଗାଯାଆନ୍ତା ଏହିଭଳି ଅଘଟଣ ଏଡାଇ ଦିଆଯାଇପାରିବ ।

ଦିଗବାରେଣୀ ଖୁଣ୍ଟ ଛକଠାରୁ ଶୁଭ୍ ପାଲେସ୍ ହୋଟେଲ୍ ଛକ ପର୍ଯ୍ୟନ୍ତ ଦୀର୍ଘ ଦେଢ କିଲୋମିଟର ବ୍ୟାପି ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ପାଇଁ  ୯୮ ଜଣ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି। ଏହା ବାଦ୍ ଭାସି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଆବଶ୍ୟକ ସଂଖ୍ୟକ ସରଞ୍ଜାମ ନ ଥିବା ଲାଇଫଗାର୍ଡ ଅଭିଯୋଗ କରିଛନ୍ତି ।

ଏସବୁ ତ୍ରୁଟି ପାଇଁ ସମୁଦ୍ରରେ ଗାଧୋଇ ଗତବର୍ଷ ୨୦୫ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ ଜଣଙ୍କ ପ୍ରାଣହାନୀ ଘଟିଛି। ସେପଟେ ସୁରକ୍ଷିତ ସମୁଦ୍ରସ୍ନାନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରାଯାଇପାରିଲେ ସମସ୍ତେ ସୁରକ୍ଷିତ ରହିପାରନ୍ତେ ।

Leave A Reply

Your email address will not be published.