Latest Odisha News

ହୋଟେଲ ରୁମ୍ ବୁକିଂ କରିବା ସମୟରେ ଆପଣ ମଧ୍ୟ ଏହି ଭୁଲ୍ କରନ୍ତି କି ?

ହୋଟେଲରେ ରୁମ ବୁକିଂ କରିବା ଭ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ଏଥିରେ, ଲୋକମାନେ ଏପରି ଅନେକ ଛୋଟ ଛୋଟ ଭୁଲ କରନ୍ତି ଯାହା ସେମାନଙ୍କର ଯାତ୍ରାର ମଜା ନଷ୍ଟ ହୋଇଯାଏ। ଯଦି ଆପଣ ମଧ୍ୟ ଏକ ଯାତ୍ରା ଯୋଜନା କରୁଛନ୍ତି, ତେବେ ହୋଟେଲ ରୁମ୍ ବୁକ୍ କରିବା ସମୟରେ ଏହି ଭୁଲରୁ ଦୂରେଇ ରୁହନ୍ତୁ।

ଆଜିକାଲି ଯାତ୍ରୀମାନେ ବହୁତ ସ୍ମାର୍ଟ ହୋଇଗଲେଣି। ଅଧିକାଂଶ ଲୋକ ହୋଟେଲ ଯିବା ପୂର୍ବରୁ ହିଁ ବୁକିଂ କରନ୍ତି କିନ୍ତୁ ରୁମ୍ ଚୟନ କରିବା ବେଳେ ସେମାନେ ଅନେକ ଛୋଟ-ବଡ଼ ଭୁଲ କରି ବସନ୍ତି। ଆଜି ଆମେ ଆପଣଙ୍କ ଏପରି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣ ଭୁଲ କରିବାରୁ ଦୂରେଇ ରହିବେ ଏବଂ ଆପଣଙ୍କ ଯାତ୍ରା ଭଲ ହେବ। ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ…

ଅନେକ ଥର ଲୋକମାନେ ଅନଲାଇନ୍ ରୁମ୍ ବୁକ୍ କରନ୍ତି ଏବଂ ହୋଟେଲରେ ପହଞ୍ଚିବା ପରେ ସେମାନେ ଜାଣିବାକୁ ପାଆନ୍ତି ଯେ ସେମାନଙ୍କ ରହଣି ଏକ ସାମଗ୍ରୀ ଥିବା ରୁମ ନିକଟରେ ଅଛି। ଏହି କୋଠାରୁ ସବୁବେଳେ ବାସନ କୁସନର ଶବ୍ଦ କିମ୍ବା ଅନ୍ୟାନ୍ୟ ଜିନିଷ ନେବା ବେଳେ ଶବ୍ଦ ଆସେ। ଫଳରେ ଏହି ଶବ୍ଦ ଭ୍ରମଣକାରୀଙ୍କୁ ବିରକ୍ତ କରିପାରେ।

ଅନେକ ଥର ଲୋକମାନେ ଜାଣତ କିମ୍ବା ଅଜାଣତରେ ଲିଫ୍ଟ ନିକଟରେ ନିଜର ରୁମ ବୁକ୍ କରନ୍ତି। ଲିଫ୍ଟରେ କିନ୍ତୁ ଅନେକ ଲୋକଙ୍କର କ୍ରମାଗତ ଯାତାୟତ ହୁଏ। ଫଳରେ ଏହା ଆପଣଙ୍କ ନିଦ୍ରା ପ୍ରତି ପ୍ରଭାବ ପକାଏ। ଏବଂ ଶାନ୍ତି ଭଙ୍ଗ କରିବାର ମଧ୍ୟ କାରଣ ପାଲଟିଯାଏ। ଆପଣ ଯଦି ରୁମ ବୁକ୍ କରନ୍ତି ତେବେ ଭୁଲରେ ବି ଏପରି ସ୍ଥାନରେ ଚୟନ କରନ୍ତୁ ନାହିଁ।

ଅନେକ ଥର ଲୋକମାନେ ଶସ୍ତା ରୁମ ଦେଖି ବୁକିଂ କରନ୍ତି। କିନ୍ତୁ ଏହି ଶସ୍ତା ହୋଟେଲ ଆପଣଙ୍କର ଅସୁବିଧାର କାରଣ ହୋଇପାରେ। ଶସ୍ତା ରୁମ କୋଠରୀଗୁଡ଼ିକ ଟଙ୍କା ସଞ୍ଚୟ କରିବ, କିନ୍ତୁ କୌଣସି ପ୍ରକରା ସୁବିଧା ଯୋଗାଏ ନାହିଁ। ଯାହା ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଯଦି ଆପଣ ଏକ ଗ୍ରୁପ ହୋଇ ଭ୍ରମଣ କରୁଛନ୍ତି ତେବେ ଆପଣ ସେହି ସ୍ଥାନକୁ ଯାଇ ରୁମ୍ ବୁକ୍ କରିବା ଉଚିତ୍। ପୂର୍ବରୁ ବୁକିଂ କରିବା ପରେ ଯଦି କୌଣସି ସୁବିଧା ଉପଲବ୍ଧ ନଥାଏ, ତେବେ ଆପଣଙ୍କ ମନ ଖରାପ ହୋଇପାରେ। ଲୋକେସନକୁ ଯାଇ ହୋଟେଲରୁ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପରେ ଏକାଧିକ ରୁମ ବୁକ୍ କରିବା ଭଲ।

Leave A Reply

Your email address will not be published.