Latest Odisha News

BREAKING NEWS

ଆଜି ରାୟଗଡ଼ାରେ BSKY ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାୟଗଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ଼ର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସ୍ଥାନୀୟ ଜିସିଡ଼ି ପଡ଼ିଆରେ ଏହି କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ପରେ ଅନ୍ୟ ମନ୍ତ୍ରୀଗଣ ଏହି କାର୍ଡ଼ ବଣ୍ଟନ କରିବେ । ଏହାସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ ।

କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେବେ । ଏହାସହ ଜିଲ୍ଲାର ସମସ୍ତ ବିଧାୟକ ଓ ରାଜ୍ୟର ଅନ୍ୟ ନିଗମ ଅଧ୍ୟକ୍ଷମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହି ଯୋଜନା ଦ୍ୱାରା ଜିଲ୍ଲାର ୧୧ଟି ବ୍ଲକର ୨ଲକ୍ଷ ୫୨ହଜାର ୧୯୧ପରିବାରର ୮ଲକ୍ଷ ୩୪ହଜାର ୫୭୦ଜଣ ହିତାଧିକାରୀ ଉପକୃତ ହେବେ ।

Leave A Reply

Your email address will not be published.