Latest Odisha News

BREAKING NEWS

ବୁର୍ଲା ଭୀମସାରରେ ୨୨ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ସମ୍ବଲପୁର: ପୁଣି କରୋନା ଆତଙ୍କ । ବୁର୍ଲା ଭୀମସାରର ୨୨ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତ ହୋଇଥିବା ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତିରେ କୋଭିଡ଼ ୱାର୍ଡରେ ଭର୍ତ୍ତି କରାଯାଇଛି । ଆଜି ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଗୋଟିଏ ଥରରେ ୨୨ଜଣ ଛାତ୍ରୀ କୋଭିଡ଼୍ ସଂକ୍ରମିତ ହେବା ପରେ ଆଜି ଛାତ୍ରଙ୍କ କରୋନା ଟେଷ୍ଟ କରାଯିବ । ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେହି ସ୍ଥାନରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ୍ ଅଫଲାଇନ୍ ପରୀକ୍ଷା ହେବାର ଥିବାବେଳେ ତାହା କରାଯିବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.