Latest Odisha News

BREAKING NEWS

ଇନକମ ଟ୍ୟାକ୍ସରେ ରିହାତି ମିଳିବାର ସମ୍ଭାବନା; ଟ୍ୟାକ୍ସ ରେଟରେ ହୋଇପାରେ ପରିବର୍ତ୍ତନ !

ଭୁବନେଶ୍ୱର: ବିତ୍ତ ମନ୍ତ୍ର ନିର୍ମଳା ସୀତାରମଣ ନିକଟରେ ଇନକମ ଟ୍ୟାକ୍ସରେ କମ କରିବା ପାଇଁ ସଂକେତ ଦେଇଛନ୍ତି | ବିସ୍ଲେଷକ କହିବାନୁସାରେ ବିତ୍ତ ବର୍ଷ ୨୦୨୦-୨୧ ର ବଜେଟ୍ ରେ ଆୟକର ରିହାତି ଘୋଷଣା ହୋଇପାରେ | ଏହି ସୁବିଧା କୋଟି କୋଟି ବେତନଭୋଗୀ ଙ୍କୁ ସିଧା ଫାଇଦା ହେବ | ଯେଉଁ ମାନେ ବର୍ତ୍ତମାନ ର ଆର୍ଥିକ ସ୍ଥିତିରେ ଯେଉଁମାନେ ଫାଇଦା ଆଶାକରୁଛନ୍ତି ସେମାନଙ୍କ ପାଇଁ ଫାଇଦା ଦେବ କାରଣ ପୂର୍ବରୁ କର୍ପୋରେଟ ଜଗତକୁ ଟ୍ୟାକ୍ସ ରେ ବଡ଼ ରିହାତି ଦେଇଥିଲେ |

ଅର୍ଥମନ୍ତ୍ରୀ ସୀତାରମଣ ଗତ ସପ୍ତାହରେ ରାଜଧାନୀ ରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି କହିଥିଲେ ଯେ ଲୋକମାନଙ୍କ କନଜପସନ ବୃଦ୍ଧି ପାଇଁ ପେର୍ସନାଲ ଇନକମ ଟ୍ୟାକ୍ସରେ କମ କରିବା ଆସି ବହୁତ କିଛି ପଦକ୍ଷେପ ନିଆଯାଉଛି | ଆୟକର କମ କରିବା ପାଇଁ ଆର ବଜେଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ | ଆଗାମୀ ବଜେଟ ଆସନ୍ତା ବର୍ଷ ଫେବ୍ରୁଆରୀ ରେ ଆଗତ ହେବ |

ସେ କହିଲେ ଯେ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା ଆୟ ଉପରେ ଆୟକର ୨୦ ପ୍ରତିଶତ ରୁ କମାଇ ୧୦ ପ୍ରତିଶତ କରିବା ପାଇଁ କହିଛନ୍ତି | ଏଥି ସହିତ ୧୦-୨୫ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୨୦ ପ୍ରତିଶତ କର ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି |

ଇକୋନୋମୀ କୁ ମଜଭୁତ କରିବା ପାଇଁ ସବୁପାଇଁ ପ୍ୟାକେଜ ଦରକାର | ଏଥିପାଇଁ ଲୋକ ମାନଙ୍କ ଖର୍ଚ୍ଚ କରିବା ଶକ୍ତି ବଢାଇବାକୁ ପଡିବ | ସରକାରଙ୍କୁ ସବୁଠୁ କମ ଆୟ କରୁଥିବା ଲୋକଙ୍କ ହାତରେ ପଇସା ଦେବା ଦରକାର | ଏହି ରାଶି ମନରେଗା ଯେମିତି ଯୋଜନା ଆଦି ଜରିଆରେ ଦିଆଯାଇ ପାରିବ | ଇନକାମ ଟ୍ୟାକ୍ସ ରେ ରିହାତି ଦେବା ବି ଗୋଟିଏ ଉପାୟ ଓ ଏହି ଡିମାଣ୍ଡ ବଢାଇବା ରେ କର୍ପୋରେଟ ଟ୍ୟାକ୍ସ ରେ ରିହାତି ଫାଇସଲା ରୁ ବି ଅଧିକ ସାହାଯ୍ୟ ସାହାଯ୍ୟ କରିବ |

Leave A Reply

Your email address will not be published.