Latest Odisha News

୬୦ କିମି ବେଗରେ କୁକୁର ଚଲାଇଲା କାର, ପଛରେ ବସିଥିଲେ ଡ଼୍ରାଇଭର

ଜର୍ମାନୀ: କୁକୁରମାନେ ବିଭିନ୍ନ କୌଶଳ କରୁଥିବା ନିଶ୍ଚୟ ଦେଖିଥିବେ । କିନ୍ତୁ ନିକଟରେ ଜର୍ମାନୀରେ ଏକ କୁକୁର ଘଣ୍ଟାକୁ ୬୦ କିମି ବେଗରେ କାର ଚଲାଉଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଟ୍ରାଫିକ୍ ପୋଲିସ ବି ଚକିତ ହୋଇଯାଇଛିି । ସବୁଠୁ ବଡ଼ କଥା ହେଲା, କୁକୁର କାର ଚଳାଉଥିବା ବେଳେ ନିଜେ କାର ଡ଼୍ରାଇଭର ପଛ ସିଟ୍‌ରେ ବସିଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣାଟି ଜର୍ମାନୀର କୋଲନରରେ ଦେଖିବାକୁ ମିଳିଛି । ଏଠାରେ ସ୍ପିଡ୍ କ୍ୟାଚିଂ କ୍ୟାମେରାରେ ଏକ ଭିଡିଓ ଫୁଟେଜ୍ ରେକର୍ଡ କରାଯାଇଥିଲା । ଯଦି କାରର ଗତି ଟିକେ ଧୀର ହୋଇଥାନ୍ତା, ତେବେ ଏହି ଫୁଟେଜ୍ ଆଦୌ ରେକର୍ଡ ହୋଇ ନ ଥାନ୍ତା । କାରଣ ସେହି ରାସ୍ତାରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଗାଡ଼ି ଚଲାଇବାର ନିୟମ ରହିଛି । ଯେତେବେଳେ ଏହି କାରଟି ୬୦ ବେଗରେ ଚାଲୁଥିଲା ବେଳେ ଏହାର ଫୁଟେଜ୍ ଦେଖି ପୋଲିସ୍ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ କ୍ୟାମେରା ସାମ୍ନାକୁ ଆସିବା ବେଳେ ଏହି କୁକୁରଟି ମଧ୍ୟ ମୁହଁ ଲୁଚାଇଥିବାର ନଜର ଆସିଛନ୍ତି । ଫ୍ଲାସ୍ ଜଳିବା ପରେ ସେ ମୁହଁକୁ ଉପରକୁ ଉଠାଇଥିବା ଦେଖିବାକୁ ମିଳିଥିଲା ।

ପୋଲିସ କହିଛି ଯେ ପଛରେ ବସିଥିବାରୁ ଡ୍ରାଇଭରଙ୍କ ମୁହଁ କ୍ୟାମେରାରେ କଏଦ ହୋଇପାରି ନାହିଁ । ପୋଲିସ ଗାଡ଼ିକୁ ଅଟକାଇ ଚାଲାଣ କାଟିଛି । କାରଣ ନିୟମ ଅନୁସାରେ ସହର ଭିତରେ ଘଣ୍ଟା ପ୍ରତି ସର୍ବାଧିକ ୧୧ କିଲୋମିଟର ବେଗରେ ଗାଡ଼ି ଚଲାଇବା ନିୟମ ରହିଛି । ଯାହାକୁ ଏହି କୁକୁର ଉଲ୍ଲଂଘନ କରିଛି । ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁସାରେ ଗାଡ଼ି ସିଜ୍ କରିବା ସହିତ ପୋଲିସ ଏକ ମାମଲା ରୁଜୁ କରି କୁକୁରକୁ ଡ୍ରାଇଭିଂ ସିଟରେ ବସାଇଥିବା ଡ୍ରାଇଭରଙ୍କୁ ଗିରଫ କରିଛି ।

ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଭାରତର ମେଘାଳୟରେ ଏକ କୁକୁର କାର ଚଳାଉଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କାର ମାଲିକଙ୍କ ଉପରେ ଜରିମାନା ଲଗାଇଥିଲା । ଜର୍ମାନୀରେ କୁକୁରମାନଙ୍କୁ ପାଖ ସିଟରେ ବସି ଯାତ୍ରା କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏହା ପଛ ସିଟ୍‌ରେ ବସିବା ସହ ସିଟ୍ ବେଲ୍ଟ ପିନ୍ଧିବା ନିୟମ ରହିଛି ।

Comments are closed.