Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ‘ସପ୍ତରଙ୍ଗ -୨୦୨୩’ ସମାରୋହ ଆୟୋଜିତ

ଭୁବନେଶ୍ୱର : ଦେଶ ହେଉ ବା ବିଦେଶ ଓଡ଼ିଆ ମାନେ ଯେଉଁଠି ରହନ୍ତି ନିଜ ଓଡ଼ିଆ ପଣକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଓରିଓଜଇଙ୍କ ଦ୍ଵାରା ଦଶମ ଦ୍ଵିବାର୍ଷିକ ଅଧିବେଶନ “ସପ୍ତରଙ୍ଗ-୨୦୨୩’ ଆୟୋଜିତ ହୋଇଯାଇଛି । ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସଭାକୁ ଭାରତୀୟ ହାଇକମିଶନର ପ୍ରତିନିଧି ନରେନ୍ଦ୍ର ରଣା ଏବଂ ଫିନାକ୍ଟର ସଭାପତି ଶାନ୍ତି ରେଡ୍ଡୀ ଉଦଘାଟନ କରିଥିଲେ। ଏହି ଅବସରରେ ଓରିଓଜର ନବ-ନିର୍ବାଚିତ ସଭାପତି ମନୋଜ ନାୟକ ଏବଂ ନୂଆ କାର୍ଯ୍ୟକାରୀ କମିଟି,ବିଦାୟୀ ସଭାପତି ନଳିନୀ ପତି ଓ ତାଙ୍କର ଟିମଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । ଏହା ସହ ଓରିଓଜର ସାଙ୍ଗଠନିକସ୍ଥିତିକୁ ସୁଦୃଢ଼ କରିବା ନେଇ ଉଲ୍ଲେଖନୀୟ ଯୋଗଦାନ ପାଇଁ ସଂସ୍ଥାର ବରିଷ୍ଠ ସଦସ୍ୟ ଚାରୁ ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

BjdElectrycity

ଏହି ଉତ୍ସବରେ ପ୍ରଥମ ଥର ପାଇଁ ଓଡ଼ିଶାର ଐତିହ୍ୟ ଓ ଇତିହାସକୁ ଆଧାର କରି ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲା । ସେହିପରି ଓରିଓଜର ଯୁବ ବାହିନୀ ଦ୍ଵାରା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ବଶ୍ ଆଦୃତ ହୋଇଥିଲା। ଭିନ୍ନ ଭିନ୍ନ ବୟସର ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବୟସର କଳାକାରମାନଙ୍କୁ ନେଇ ପରିବେଷିତ ୫୫ ଟି ମନୋରଞ୍ଜନ କାର୍ଯ୍ୟକ୍ରମ ସପ୍ତରଙ୍ଗ-୨୦୨୩ର ପ୍ରଧାନ ଆକର୍ଷଣ ହୋଇଥିଲା । ବିଭିନ୍ନ ପ୍ରଦେଶର ସାଂସ୍କୃତିକ ମୁଖ୍ୟ ମାନେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ।

ଏହି ସମାବେଶରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟରୁ ଓଡ଼ିଆମାନେ ସେମାନଙ୍କର ପରିବାରର ସହ ଯୋଗଦେଇ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ଐତିହ୍ୟ ଏବଂ ସଶକ୍ତ ଭାତୃତ୍ବର ପରାକାଷ୍ଠାକୁ ପାଳନ କରିଥିଲେ।

 

 

Leave A Reply

Your email address will not be published.