ପ୍ରୟାଗରାଜ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରସ୍ତାବିତ ଭୂମି ପୂଜନ ଉପରେ ରୋକ ଲଗାଇବାକୁ ପିଟିସନ୍ । ଆହ୍ଲାବାଦ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଦିଲ୍ଲୀର ଜଣେ ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।
ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି, ରାମ ମନ୍ଦିର ଭୂମି ପୂଜନ କୋଭିଡ୍-୧୯ର ଅନଲକ୍ ୨.୦ ଗାଇଡଲାଇନକୁ ଉଲ୍ଲଂଘନ କରିବ । କାର୍ଯ୍ୟକ୍ରମରେ ପାଖାପାଖି ତିନି ଶହ ଲୋକଙ୍କ ସମାଗମ ହେବ । ଯାହାକି କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କରିବ ।
ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଭୂମି ପୂଜା କାର୍ଯ୍ୟକ୍ରମ ହେଲେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ଏହା ଉପରେ ରୋକ ଲଗାଇବାକୁ ପିଟିସନରେ ଆହ୍ଲାବାଦ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ଆବେଦନକାରୀ ।
Comments are closed.