Latest Odisha News

BREAKING NEWS

ପୁଣି ଭାଙ୍ଗିଲା ରେକର୍ଡ଼: ଗୋଟିଏ ଦିନରେ ୪୯ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଟପିଲା ୩୦ ହଜାର

ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣ ପ୍ରାଣ ହରାଇଛନ୍ତି। ଯାହା ସାଜିଛି ଚିନ୍ତାର କାରଣ ।

ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨,୮୭,୯୪୫ ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ୪,୪୦,୧୩୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୩୦,୬୦୧ ଜଣ ପ୍ରାଣ ହରାଇଛନ୍ତି । ୮,୧୭,୨୦୯ ହଜାର ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ଅନ୍ୟପଟେ ଦେଶରେ କରୋନାର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ଟପିଯାଇଛି।

ସେହିପରି ସଂକ୍ରମିତ ସଂଖ୍ୟାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

Leave A Reply

Your email address will not be published.