Latest Odisha News

BREAKING NEWS

କମିଲା ପେଟ୍ରୋଲ ଓ ଡିଜେଲ ଦର ,ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର : ଗାଡି ଚାଳକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଥିବା ଦର ଆଜି ମଧ୍ୟ ରାତ୍ରରୁ ଲାଗୁ ହେବାକୁ ଯାଉଛି । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଥିଲେ ରାଜ୍ୟ ସରକାର। ଗତି କିଛି ଦିନ ହେଲା ଦେଶରେ ଅହେତୁକ ପେଟ୍ରୋଲ ମୂଲ୍ୟ ବୃଦ୍ଧି ହୋଇଥିଲା । କେନ୍ଦ୍ର ସରକାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ପରେ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିଥିଲେ ଓଡ଼ିଶା ସରକାର। ଆଜି ମଧ୍ୟ ରାତ୍ରିରୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ ଘଟିଛି ।

ଏହାଦ୍ୱାରା ରାଜ୍ୟବାସୀ ୩ ଟଙ୍କା ରିହାତି ପାଇବେ। ତେବେ ୩ ଟଙ୍କା ରିହାତି ହେଲେ ରାଜସ୍ୱର ୧୪ ଶହ କୋଟି ଟଙ୍କା ଭାର ପଡ଼ିବ।ଏହି କ୍ଷତି ରାଜ୍ୟ ସରକାର ବହନ କରିବେ। ଅନ୍ୟପଟେ କେନ୍ଦ୍ରସରକାରଙ୍କ ଏକ୍ସଆଇଜି ଡ୍ୟୁଟି ହ୍ରାସ ଯୋଗୁଁ ରାଜ୍ୟ ସରକାର ଅତିରିକ୍ତ ୭୦୦ ଶହ କୋଟି ଟଙ୍କା ହରାଇବୋ ତେଣୁ ଭାଟ୍ ହ୍ରାସ ଯୋଗୁଁ ରାଜ୍ୟ ସରକାରଙ୍କୁ ସମୁଦାୟ ଦୁଇ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ଏହା ସହିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି।

Comments are closed.