Latest Odisha News

ଜାଣନ୍ତୁ, ମେ’ ମାସରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି କେତେ ?

ନୂଆଦିଲ୍ଲୀ: ମେ ମାସରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିଲା । ତାସହ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବି ବଢ଼ିଛି । ମେ ମାସରେ ମହଙ୍ଗା ହୋଇଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଗ୍ରାହକଙ୍କ ପକେଟରେ ମହଙ୍ଗା ମାଡ଼ କରିଛି । ଗୋଟିଏ ମାସରେ ପେଟ୍ରୋଲ ଲିଟର ପ୍ରତି ଦର ୩ଟଙ୍କା ୮୩ ପଇସା ଓ ଡିଜେଲ୍ ଦର ୪ଟଙ୍କା ୪୨ ପଇସା ମହଙ୍ଗା ହୋଇଛି ।

ମେ ୪ ତାରିଖ ପରଠୁ କ୍ରମାଗତ ଭାବରେ ତୈଳ ଦର ବଢ଼ିବାରେ ଲାଗିଛି । ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିଲା । ବର୍ତ୍ତମାନ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଦାମ୍ ଲିଟର ପିଛା ଶହେ ଟଙ୍କା ଛୁଇଁଛି । ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଦର ସେଞ୍ଚୁରୀ ମାରିଛି । କିଛି କିଛି ସ୍ଥାନରେ ଶହେ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି ପେଟ୍ରୋଲ ।

କେଉଁ ସହରରେ କେତେ ଦାମ୍ ?
ରାଜ୍ୟ               ପେଟ୍ରୋଲ୍                        ଡିଜେଲ୍
ଦିଲ୍ଲୀ             ୯୪ଟଙ୍କା ୨୩ ପଇସା         ୮୫ଟଙ୍କା ୧୫ ପଇସା
ମୁମ୍ୱାଇ           ୧୦୦ଟଙ୍କା ୪୭ ପଇସା       ୯୨ଟଙ୍କା ୪୫ ପଇସା
ଚେନ୍ନାଇ          ୯୫ଟଙ୍କା ୭୬ ପଇସା         ୮୯ଟଙ୍କା ୯୦ ପଇସା
କୋଲକାତା       ୯୪ଟଙ୍କା ୨୫ ପଇସା         ୮୮ଟଙ୍କା ୦୦ ପଇସା
ବେଙ୍ଗାଳୁରୁ        ୯୭ଟଙ୍କା ୩୭ ପଇସା         ୯୦ଟଙ୍କା ୨୭ ପଇସା

Comments are closed.