Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳି ଟଳିଲା ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଜଣେ ହାର୍ଡଖୋର ମହିଳା ମାଓନେତ୍ରୀ । ତାଙ୍କ ନାମ ୱାଇ.କେ. ପୋକ୍କ । ସେ ପିଏଲଜିଏ ପ୍ଲାଟୁନ ନମ୍ବର ୧୬ର ସଦସ୍ୟ ଥିଲେ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର ଅର୍ଥରାଶି । ଏହି ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ ।

ଦାନ୍ତେୱାଡା ଜିଲ୍ଲାର ଗିଦାମ ଥାନା ଅଞ୍ଚଳରେ ମାଓ କାମ୍ପ ଚାଲିଥିବା ସୂଚନା ପାଇ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ଡିଆରଜି ଓ ସିଆରପିଏଫ ଯବାନ । ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ମାଓବାଦୀ ଗୁଳି ଚଳାଇଥିଲା । ପାଲଟା ଜବାବ ଦେଇଥିଲେ ଯବାନ । ଉଭୟପକ୍ଷ ମଧ୍ୟରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ସର୍ଚ୍ଚ ଅପରେସନ୍ ବେଳେ ଘଟଣାସ୍ଥଳରୁ ମହିଳା ମାଓବାଦୀର ମୃତଦେହ ଉଦ୍ଧାର ହୋଇଛି । ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.