Latest Odisha News

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ । ଅଯଥାରେ ଟିକାଦାନ କେନ୍ଦ୍ରରେ ଭିଡ଼ ନକରିବାକୁ ଅନୁରୋଧ କରିଛି ପ୍ରଶାସନ ।

ଏଥିପାଇଁ ରାଉରକେଲାରେ ୮ଟି ଟିକାଦାନ କେନ୍ଦ୍ର କରାଯାଇଛି । ଟିକାଦାନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ଟିକାକରଣ ସୂଚୀରେ ପରିବର୍ତ୍ତନ କରିଛି । ୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିନେ ଛଡ଼ା ଦିନେ ପାଳିକରି ଟିକା ଦିଆଯିବ । ତେଣୁ ସୂଚୀ ଦେଖି ପାଳି ଅନୁଯାୟୀ ଟିକା କେନ୍ଦ୍ରକୁ ଆସିବାକୁ ଅନୁରୋଧ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।


୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ । ପଞ୍ଜୀକରଣ ପରେ ସ୍ଲଟ୍ ବୁକ୍ କରିପାରିବେ । ୪୫ବର୍ଷରୁ ଅଧିକ ବର୍ଗଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ସେମାନଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ । ସେମାନଙ୍କ ପାଇଁ ୱାକ୍ ଇନ୍ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.