Latest Odisha News

BREAKING NEWS

ତୈଳ ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢ଼ିଲା

ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ବଢ଼ିଲା

ଭୁବନେଶ୍ୱର: ପୁଣି ବେଲଗାମ ତୈଳ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ଦର ୫୦ ପଇସା ବଢ଼ିଛି । ସେହିପରି ଡିଜେଲ ଦାମ୍ ଲିଟର ପ୍ରତି ୫୫ ପଇସା ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୫ ଟଙ୍କା ୭୨ ପଇସା ହୋଇଛି । ଡିଜେଲ ଦାମ୍ ୯୫ ଟଙ୍କା ୫୮ ପଇସାକୁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦାମ୍ ୯୯ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ଦାମ୍ ୯୦ଟଙ୍କା ୪୨ ପଇସା ।

କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୫୩ ପଇସା ହୋଇଥିବା ବେଳେ ଡିଜେଲ ୯୩ ଟଙ୍କା ୫୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୩ଟଙ୍କା ୮୮ ପଇସାକୁ ବୃଦ୍ଧି ପାଇଛି । ଡିଜେଲ ୯୮ଟଙ୍କା ୧୩ ପଇସା ଦରରେ ବ୍ରିକ୍ରି ହେଉଛି ।

Leave A Reply

Your email address will not be published.