Latest Odisha News

ଆଜି ବସୁଛି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ପଞ୍ଚୟତ ଓ ପୌର ନିର୍ବାଚନ ପରେ ପ୍ରଥମ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପରେ ମୋହର ବାଜିବ । ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ମନ୍ତ୍ରୀ ପରିଷଦ ବୈଠକ ପରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୋଟ୍ ୨୭ଟି ପ୍ରସ୍ତାବ ଆସିପାରେ । ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ପରେ ପ୍ରଥମ କ୍ୟାବିନେଟ୍ ବୈଠକ ବସୁଛି । ଏଠାରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଆଲୋଚନା ପରେ ମୋହର ବାଜିପାରେ ।

Leave A Reply

Your email address will not be published.