ଭୁବନେଶ୍ୱର: ଦେଶରେ ତୈଳଦର ଆଜି ପୁଣି ବଢ଼ିଛି । ଯାହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ପେଟ୍ରୋଲ୍ ସହ ଡିଜେଲର ଦର ବୃଦ୍ଧି ପାଇଛି । ଗାଜା ପଟ୍ଟିରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆମେରିକା ଓ ପଶ୍ଚିମ ଏସିଆ ଦେଶର ତୈଳଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ ଦେଶରେ ଡିଜେଲ୍ ଦର ୨ ଟଙ୍କା ୪୯ ପଇସା ବୃଦ୍ଧି ପାଇଛି । ଡିଜେଲ୍ ଦର ବଢ଼ିଥିବାରୁ ପରିବହନ ଖର୍ଚ୍ଚ ବଢ଼ି ସବୁ ସାମଗ୍ରୀର ଦରଦାମ ବଢ଼ିଛି ।
ରାଜ୍ୟର ସବୁ ଜିଲ୍ଲାରେ ଡିଜେଲ୍ ଲିଟର ପିଛା ୯୦ ଟଙ୍କା ଉପରେ ରହିଛି । ୭ଟି ଜିଲ୍ଲାରେ ଲିଟର ପିଛା ୯୩ ଟଙ୍କା ଉପରେ ବିକ୍ରି ହେଉଛି ଡିଜେଲ୍ । ରାଜ୍ୟରେ ମାଲକାନଗିରିରେ ଡିଜେଲର ସର୍ବାଧିକ ଦାମ୍ ଲିଟର ପିଛା ୯୫ ଟଙ୍କା ୫୭ ପଇସା ରହିଛି । କୋରାପୁଟରେ ଡିଜେଲ୍ ୯୪ ଟଙ୍କା ୯୨ ପଇସା ରହିଥିବା ବେଳେ ରାୟଗଡ଼ାରେ ୯୪ ଟଙ୍କା ୫ ପଇସା ରହିଛି । ନବରଙ୍ଗପୁରରେ ୯୩ ଟଙ୍କା ୯୮ ପଇସା, କଳାହାଣ୍ଡିରେ ୯୩ ଟଙ୍କା ୫୬ ପଇସା ରହିଛି ।
ସେହିଭଳି ରାଜ୍ୟର ୯ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ଉପରେ ବିକ୍ରି ହେଉଛି । ଡିଜେଲ୍ ଭଳି ପେଟ୍ରୋଲର ସର୍ବାଧିକ ଦର ରହିଛି ମାଲକାନଗିରିରେ । ପେଟ୍ରୋଲ ଲିଟର ପିଛା ୯୮ ଟଙ୍କା ୫୩ ପଇସାରେ ବିକ୍ରି ହେଉଛି । କୋରାପୁଟରେ ପେଟ୍ରୋଲ ୯୭ ଟଙ୍କା ୬୭ ପଇସା ଥିବାବେଳେ ରାୟଗଡ଼ାରେ ୯୬ ଟଙ୍କା ୮୦ ପଇସା, ନବରଙ୍ଗପୁରରେ ୯୬ ଟଙ୍କା ୭୦ ପଇସା, କଳାହାଣ୍ଡିରେ ୯୬ ଟଙ୍କା ୩୭ ପଇସା, ନୂଆପଡ଼ାରେ ୯୫ ଟଙ୍କା ୯୪ ପଇସା, ଗଜପତିରେ ୯୫ ଟଙ୍କା ୮୨ ପଇସା, ବଲାଙ୍ଗିରରେ ୯୫ ଟଙ୍କା ୨୭ ପଇସା ଲିଟର ପିଛା ବିକ୍ରି ହେଉଛି ।
Comments are closed.