Latest Odisha News

BREAKING NEWS

ରାଜଧାନୀ ଦିଲ୍ଲୀରେ ଆଜି ୪୦୦ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ ନକରିବା ଯୋଗୁଁ ଏହାର ପ୍ରତିବାଦରେ ଆଜି ଦିନକ ପାଇଁ ପ୍ରାୟ ୪୦୦ଟି ପେଟ୍ରୋଲ ପମ୍ପ ବନ୍ଦ ରହିବ ।

ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲ ଉପରୁ ସମାନ୍ୟ ଭାଟ୍ ହ୍ରାସ କରିଥିବାବେଳେ ଏହାକୁ ଦେଖି ଆଉ କିଛି ରାଜ୍ୟ ମଧ୍ୟ ତୈଳଦର ଉପରୁ ସ୍ୱଳ୍ପ ଟିକସ ହ୍ରାସ କରିଥିଲେ ।

ଅନ୍ୟପକ୍ଷରେ ଦିଲ୍ଲୀ ସରକାର ପକ୍ଷରୁ ତୈଳଦର ଉପରୁ କୌଣସି ଟିକସ ହ୍ରାସ କରାଯାଉନଥିବାରୁ ଏହାକୁ ନେଇ ଆଜି ଦିଲ୍ଲୀ ପେଟ୍ରୋଲ ବିକ୍ରେତା ସଂଘ ପକ୍ଷରୁ ସକାଳ ୬ଟାରୁ ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି ।

ତେବେ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦରେ ସାମିଲ ହୋଇଥିବା ବେଳେ ସରକାରୀ ତୈଳ କମ୍ପାନୀ ଗୁଡିକ ଅଧିନରେ ଥିବା ପେଟ୍ରୋଲ ପମ୍ପ ଖୋଲା ରହିବା ନେଇ ଜଣାପଡିଛି ।

Leave A Reply

Your email address will not be published.