Latest Odisha News

BREAKING NEWS

ତେଲ ଦର କେମିତି କମି ପାରିବ କହିଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଜବାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ କହିଛନ୍ତି ତେଲ ଦର ଅଧିକ ରହିଛି । ଯଦି କମ୍ କରିବାକୁ ହେବ ତାହେଲେ ରାଜ୍ୟ ସରକାର ଭାଟ ହ୍ରାସ କରିବା ଉଚିତ । ଆଜି ପେଟ୍ରୋଲ ମନ୍ତ୍ରୀ ଛତିଶଗଡରେ ଥିଲେ । ଏହି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ ମିଡିଆର ପ୍ରଶ୍ନର ଉତ୍ତରରେ ଏପରି କିଛି କହିଛନ୍ତି।

ଏବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସର୍ବାଧିକ ରହିଛି। ଗତ କିଛି ଦିନ ହେବ କିନ୍ତୁ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୦୫ ଡଲାର ସ୍ତର ଟପିବା ପରେ ତେଲ କମ୍ପାନୀଗୁଡିକ ଚାପରେ ରହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ତେଲ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ତାଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି । ଛତିଶଗଡରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ୨୪ ପ୍ରତିଶତ ରହିଛି । ଯଦି ଏହା ୧୦ ପ୍ରତିଶତ ଛାଡ କରିବେ ରାଜ୍ୟ ସରକାର ତାହେଲେ ତେଲ ଦର କମିବ । କାରଣ ତେଲ ଦର ସହ ଭାଟ୍ ମଧ୍ୟ ବଢୁଛି। ସମସ୍ତ ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ ଛାଡ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଏଥିସହିତ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏବେ ସୁଦ୍ଧା ସେମାନେ ତେଲ ଦରରୁ ଟିକସ ହ୍ରାସ କରିବାକୁ କୌଣସି ଯୋଜନା କରିନାହାନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଟିକସ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଅର୍ଥନୀତିକ ଅବସ୍ଥାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇନାହିଁ ବୋଲି ସୂଚନା ରହିଛି । ଏବେ ଦିଲ୍ଲୀର ପେଟ୍ରୋଲ ଉପରେ ମୋଟ ୪୨ ପ୍ରତିଶତ ଏବଂ ଡିଜେଲ ଉପରେ ୩୭ ପ୍ରତିଶତ ଟିକସ ଆଦାୟ କରାଯାଉଛି। ଏହାକୁ ହ୍ରାସ କରିବାକୁ ବିରୋଧୀ ଦଳ ଦାବି କରୁଛନ୍ତି।

Leave A Reply

Your email address will not be published.