Latest Odisha News

BREAKING NEWS

କୂଳରେ ଲାଗିଥିବା ଜୀଅନ୍ତା ଡଲଫିନକୁ ମାରିଦେଲେ ପର୍ଯ୍ୟଟକ

ଟେକ୍ସାସର କ୍ୱିଣ୍ଟାନା ସମୁଦ୍ର କୂଳରେ ଏକ ଜୀଅନ୍ତା ଅସୁସ୍ଥ ଡଲଫିନ ଲାଗିଥିଲା । ପର୍ଯ୍ୟଟକ ତାକୁ ପୁଣି ସମୁଦ୍ର ଭିତରକୁ ଛାଡ଼ିବାକୁ ଚେଷ୍ଟା କରି ତାକୁ ମାରିଦେଲେ

ଟେକ୍ସାସ: ଗତ ରବିବାର କ୍ୱିଣ୍ଟାନା ସମୁଦ୍ର କୂଳରେ ଏକ ଜୀଅନ୍ତା ଡଲଫିନ ଲାଗିଥିଲା । ଉପସ୍ଥିତ ପର୍ଯ୍ୟଟକ ସେ ପୁନଶ୍ଚ ସମୁଦ୍ର ଭିତରକୁ ଯାଇପାରୁନଥିବା ଦେଖି ତାକୁ ପାଣିକୁ ପୁଣି ଛାଡ଼ିବାକୁ ଚେଷ୍ଟା କରିଥିଲେ । କିଛି ଲୋକ ତା ସହ ଖେଳିଥିଲେ । ଆଉ କିଛି ତାକୁ ପାଣିରେ ଛାଡ଼ିବା ପାଇଁ ତା ଉପରେ ବସି ପହଁରିବାକୁ ଲାଗିଥିଲେ ।

ଏହି ସମୟରେ ଅସୁସ୍ଥ ଡଲଫିନ ଟି ମରିଯାଇଥିଲା । ମଙ୍ଗଳବାର ଟେକ୍ସାସର ଏକ ଏନଜିଓ ଡଲଫିନର ମୃତ୍ୟୁ ଖବର ଟ୍ୱିଟରରେ ଲେଖି ସୂଚନା ଦେଇଛି । ପୋଷ୍ଟରେ ଲେଖା ଯାଇଛି ଯେ, ଡଲଫିନ ଅସୁସ୍ଥ ଥିବା ସତ୍ତେ୍ୱ ଲୋକେ ତା ସହ ଖେଳି ଥିଲେ । ବଦମାସି କରିଥିଲେ । ଯାହା ଫଳରେ ଡଲଫିନ ମରିଯାଇଛି । ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ଏବଂ ଏକ ବର୍ଷ ଜେଲ ସହ ୧୧ ହଜାର ଡଲାର ପର୍ଯ୍ୟନ୍ତ ଜରିମନା ଦେବାକୁ ପଡ଼ିପାରେ ।

ଆଗକୁ ଏଭଳି ଡଲଫିନ ଦେଖିଲେ ତାକୁ ପାଣିକୁ ପଠେଇବାକୁ ଚେଷ୍ଟା ନକରି ହେଲପଲାଇନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି ଏନଜିଓ ।

Leave A Reply

Your email address will not be published.