କେବେ ଆସିବ କରୋନା ଟିକା ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଗକୁ ବଢିଛି ଫାଇଜର । କରୋନା ଭାଇରସ୍ ଭ୍ୟାକସିନ୍ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଆମେରିକା ନିୟାମକ ପ୍ରାଧିକାରଣକୁ ଆବେଦନ କରିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ମାସ ସୀମିତ ସଂଖ୍ୟାରେ ଭ୍ୟାକସିନର ଡୋଜ୍ ପ୍ରସ୍ତୁତ ହୋଇପାରେ । ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଳ ବୋଲି କିଛି ଦିନ ତଳେ ଘୋଷଣା କରିଥିଲା କମ୍ପାନୀ ।
ଯଦି କୌଣସି ବଡ଼ ଧରଣର ସାଇଡ୍ ଇଫେକ୍ଟ ନହୁଏ, ତେବେ FDAକୁ ଅନୁମତି ମାଗିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଏହା ପରେ ଫାଇନାଲ ଟେଷ୍ଟିଂ କରାଯାଇପାରେ । କେବଳ ଆମେରିକା ନୁହଁ ବ୍ରିଟେନ ଓ ୟୁରୋପରେ ମଧ୍ୟ ଆବେଦନ ପାଇଁ ପ୍ରସ୍ତୁତି କରାଯାଉଛି । FDAକୁ ଅନୁମତି ମାଗିବା ପରେ ଏବେ ଟିକା କିପରି ବଣ୍ଟନ କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨.୫ କୋଟି ଡୋଜ୍ ଡିସେମ୍ବର ସୁଦ୍ଧା ଉପଲବ୍ଧ ହୋଇଯିବ ବୋଲି କୁହାଯାଉଛି । ଜାନୁଆରୀ ସୁଦ୍ଧା ୩ କୋଟି, ଫେବ୍ରୁଆରୀ ଓ ମାର୍ଚ୍ଚ ସୁଦ୍ଧା ୩.୫ କୋଟି ଡୋଜ ଉପଲବ୍ଧ ହୋଇପାରେ ।
ମଡେର୍ଣ୍ଣା ଟିକା ମଧ୍ୟ ୯୪.୫ ପ୍ରତିଶତ ଫଳପ୍ରଦ ବୋଲି କହିଛି । ଯୁବବର୍ଗଙ୍କ ସହିତ ବୟସ୍କଙ୍କ କ୍ଷେତ୍ରରେ ମଡେର୍ଣ୍ଣା ଟିକା ପ୍ରଭାବଶାଳୀ ବୋଲି କୁହାଯାଉଛି । ଖୁବ୍ ଶୀଘ୍ର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିବ ମଡେର୍ଣ୍ଣା ।
Comments are closed.