Latest Odisha News

୫ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା, ଅନୁମତି ମାଗିଲା ଫାଇଜର୍

ନୂଆଦିଲ୍ଲୀ: ୫ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର ମିଳିବ କରୋନା ଟିକା । ୬ ମାସରୁ ପାଞ୍ଚ ବର୍ଷ ଭିତରେ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ଆମେରିକାର ଟିକା ନିର୍ମାତା କମ୍ପାନୀ ଫାଇଜର ଏଣ୍ଡ ବାୟୋଏନଟେକ୍ । ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ ଆଡିମିନିଷ୍ଟ୍ରେସନ୍ ବା ଏଫଡିଏକୁ ଅନୁମତି ମାଗିଛି ଫାଇଜର୍ ।

ଏଫଡିଏର ଅନୁମତି ମିଳିଲେ ସାରା ବିଶ୍ୱରେ ପାଞ୍ଚ ବର୍ଷ ଭିତରେ ପିଲାଙ୍କୁ ଟିକାକରଣରେ ପ୍ରଥମ ହେବ । ଖୁବଶୀଘ୍ର ଏସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଫାଇଜ୍ର ଏଣ୍ଡ ବାୟୋଏନଟେକ୍ ପକ୍ଷରୁ କୁହାଯାଇଛି । ଓମିକ୍ରନ୍ ଆତଙ୍କ ଓ ମହାମାରୀର ତୃତୀୟ ଲହର ଭିତରେ ୫ ବର୍ଷ ଭିତରେ ପିଲାଙ୍କୁ ଟିକାକରଣ ଖବର ସାରା ବିଶ୍ୱ ପାଇଁ ଆଶ୍ୱସ୍ତିକର ଖବର ।

ଆମେରିକାରେ ୫ ବର୍ଷ ଭିତରେ ୨ ଲକ୍ଷ ପିଲା ଅଛନ୍ତି । ତିନି ମାସ ତଳେ ୫ରୁ ୧୧ ବର୍ଷ ପିଲାଙ୍କୁ ଜରୁରିକାଳୀନ ଟିକା ଦେବାକୁ ଫାଇଜରକୁ ଅନୁମତି ମିଳିଥିଲା । ଗତମାସରେ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଫାଇଜରର ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ଦେଇଥିଲା ଏଫଡିଏ ।

Comments are closed.