ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଆମେରିକୀୟ ଟିକା ନିର୍ମାତା କମ୍ପାନୀ ଫାଇଜର। ଏନେଇ ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(DCGI) ଅନୁମୋଦନ ପାଇଁ ଆବେଦନ କରିଛି ଫାଇଜର । ଏହି ଟିତା ୯୫ ପ୍ରତିଶତ ସୁରକ୍ଷିତ ବୋଲି ଟ୍ରାଏଲ ବେଳେ ଦାବି କରିଥିଲା କମ୍ପାନୀ ।
ଫାଇଜର ଓ ଜର୍ମାନ ବାୟୋଟେକ୍ନୋଲୋଜି ଅଂଶୀଦାର ‘ବାୟୋଏନ୍ଟେକ୍’ ଦ୍ୱାରା ମିଳିତ ଭାବେ କରୋନା ଟିକା ବିକାଶିତ କରିଛନ୍ତି । ନିକଟରେ ଫାଇଜର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଇଂଲଣ୍ଡ । ଗତକାଲି ବାହାରିନ୍ ବି ଗ୍ରୀନ ସିଗନାଲ୍ ଦେଇଛି ।
ଟିକା ଆମଦାନୀ କରି ଦେଶରେ ବଣ୍ଟନ କରିବାକୁ ଡିସେମ୍ବର ୪ ତାରିଖ ଦିନ ଦାଖଲ ହୋଇଥିବା ଆବେଦନରେ ‘ଫାଇଜର୍ ଇଣ୍ଡିଆ’ ଅନୁମତି ମାଗିଛି । ଏଥିସହ ୨୦୧୯ର ନିଉ ଡ୍ରଗ୍ ଆଣ୍ଡ୍ କ୍ଲିନିକାଲ୍ ଟ୍ରାଏଲ୍ସ୍ ରୁଲ୍ସ୍’ ଅନୁସାରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଟିକାର ପରୀକ୍ଷଣ ଛାଡ଼ କରିବାକୁ ମଧ୍ୟ ଫାଇଜର୍ ଅନୁମତି ଲୋଡ଼ିଛି ।
କରୋନା ସହ ଲଢ଼େଇ ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି କେବେ ଆସିବ ଟିକା ? ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଉ କିଛି ସପ୍ତାହ ଭିତରେ ଭାରତକୁ ଭ୍ୟାକସିନ୍ ମିଳିପାରେ । ଏବେ ଫାଇଜର ଅନୁମତି ମାଗିବା ପରେ ନୂଆ ସମ୍ଭାବନା ଦେଖାଦେଇଛି ।
Comments are closed.