Latest Odisha News

BREAKING NEWS

କବିତା : “ଚାଷ ଓ ଚାଷୀଭାଇ”

ଝରଣା ବାରିକ

ମୁହିଁ ବି ଯବାନ ମୁହିଁ ବି କିଷାନ
ଚାଷୀ କୁଳେ ମୋର ଜନ୍ମ
ମୋ ଗାଁ ମୁଣ୍ଡରେ ଦୁଇ ମାଣ ଜମି
ସେଥିରେ କରଇ ଶ୍ରମ l

ଏହି ଗାଆଁରେ ମୋ ବିତିଲା ଶୈଶବ
କିଶୋର ବି ଗଲା ସରି
ଯୌବନରେ ମୁଁ ପଦାର୍ପଣ କରି
ଚାଷ କାମ ଗଲି କରି l

ଲହୁ ଢାଳି ମୁହିଁ ନିଜେ କଲି ଚାଷ
ମାଟି ସହ ମାଟି ହୋଇ
ସୁନ୍ଦର ଫସଲ ଦେଖିଦେଲେ ସେଠି
ତାପରେ ଯାଏ ଶୋଇ l

ଜମିରେ ହୋଇଛି ବାସମତି ଧାନ
ସୁନା କେଣ୍ଡା କେରି କେରି
ହୁଡ଼ା ବନ୍ଧରେ ବି ଲଗେଇ ଦେଇଛି
ହରଡ ମକା ଓ ବିରି l

ବାକି ଜମି ସବୁ ଅନ୍ୟ ଚାଷୀ କରି
ପରିବାର ମୋର ପାଳେ
ଗାଆଁ ପରିବେଶ ମୋର ଏହି ଚାଷ
ରହି ଥାଉ କାଳେ କାଳେ l

ସମଲ, ତାଳଚେର, ଅନୁଗୁଳ

Leave A Reply

Your email address will not be published.