Latest Odisha News

BREAKING NEWS

ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ସବୁଠୁ ଭାରତ ମାତାର ଜୟଗାନ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏହାସହ ଦେଶବାସୀଙ୍କୁ ୭୨ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

ସେହିପରି ବାଲୁକା କଳାରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ୧୫ ଫୁଟ୍‌ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି । ମେରା ଭାରତ ମହାନର ବାର୍ତ୍ତା ଦେଇଛନ୍ତି ମାନସ । ଏହି ବାଲୁକା କଳା ନିର୍ମାଣରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି ।

Leave A Reply

Your email address will not be published.