Latest Odisha News

ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,୨୩ ରୁ କରିପାରିବେ ଆବେଦନ

ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଶିକ୍ଷାବର୍ଷ ୨୦୨୧-୨୦୨୨ ଯୁକ୍ତ ୩  ପ୍ରଥମ ବର୍ଷ ଦ୍ୱିତୀୟ ପର୍ୟ୍ୟାୟ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଘରୋଇ ଡିଗ୍ରୀ କେଲେଜର ଅଧ୍ୟକ୍ଷ ମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀ ମାନେ ଆସନ୍ତା ୨୩ ତାରିଖ ଠାରୁ ଦିନ ୧୧ ଟାରୁ ୨୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ।

ଡିସେମ୍ବର ୩ ତାରିଖ ଅପରାହ୍ନ ୨ ଟାରେ ପ୍ରଥମ ଓ ୧୦ ତାରିଖ ଅପରାହ୍ନ ୨ ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର ୪ ରୁ ୭ ତାରିଖ ଯାଏଁ ନାମଲେଖା ହେବ । ରବିବାର ବ୍ୟତିତ ଅନ୍ୟ ଦିନ ଗୁଡିକରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ସେହିପରି ଡିସେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତିତୀ ନାମଲେଖା ହେବ । କେଉଁ କଲେଜ ଗୁଡିକରେ କେତେ ସିଟ୍ ଖାଲି ରହିଲା ତାହା ପରେ ଜଣାପଡିବ ।

Comments are closed.